www.samajalive.in
Saturday, December 13, 2025
26.1 C
Bhubaneswar

ନିଖୋଜର ୨୦ଦିନ ପରେ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଅତାବିରା ବ୍ଲକ ପତ୍ରାପାଲି/ଡୁଙ୍ଗୁରିପାଲି ମିଲ୍ ମଝିରେ ଥିବା ଏକ ଗଛରେ ନିଖୋଜ ଥିବା ରାଜା ନାଗ(୨୩)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ନାଗ ଦୀର୍ଘ ବର୍ଷ ହେଲା ମିଲ୍ ପାଖରେ ରହୁଥିବା ଲୋକେ କହିଛନ୍ତି।

ସୂଚନା ଅନୁସାରେ, ମୃତ ନାଗ ଗଣେଶ ପୂଜା ଦିନଠୁ କୁଆଡ଼େ ଚାଲିଯାଇଥିଲେ। ଘର ଲୋକେ ଖୋଜାଖୋଜି କରିଥିଲେ ସୁଦ୍ଧା କିଛି ସନ୍ଧାନ ପାଇ ନ ଥିଲେ। ୨୦ ଦିନ ପରେ ପ୍ରବଳ ଦୁର୍ଗନ୍ଧ ହେବାରୁ ଲୋକେ ଗାଈ, ଗୋରୁ, କିମ୍ବା କୁକୁର ମରିଛି ଭାବି ଅପର ପାର୍ଶ୍ବକୁ ଯାଉ ନ ଥିଲେ। କିଛି ଲୋକ ଏକ ବିଲ ଭିତରେ ଥିବା ଗଛ ଉପରୁ ହାତରେ ପିନ୍ଧିଥିବା ବଳା ଓ ପୋକ, ଯୋକ ଭର୍ତ୍ତି ଝୁଲନ୍ତା ମୃତଦେହକୁ ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ପରିବାର ଲୋକେ ଚିହ୍ନିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ରିପୋର୍ଟ ଆସିବା ପରେ ମୃତ ଯୁବକଙ୍କ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories