www.samajalive.in
Saturday, December 13, 2025
26.1 C
Bhubaneswar

ଅଙ୍ଗନବାଡ଼ିରେ କିଶୋରୀଙ୍କୁ ଖାଦ୍ୟ ନ ଦେଇ ମାଡ ଅଭିଯୋଗ, କେନ୍ଦ୍ରରେ ତାଲା

ଧାମରା: ଚାନ୍ଦବାଲି ବ୍ଲକ ପଂଚୁଟିକ୍ରି ପଂଚାୟତରେ ଥିବା କାଦୁଆନାସୀ ଅଙ୍ଗନବାଡି କେନ୍ଦ୍ର ଦୀର୍ଘ ୮ ଦିନ ହେବ ବନ୍ଦ ହୋଇଯାଇଛି। ଅଙ୍ଗନବାଡି ଦିଦି ଜଣେ କିଶୋରୀଙ୍କୁ ମାଡ ମାରିବାରୁ ଗ୍ରାମବାସୀ ନିଜର କୁନି କୁନି ପିଲାଙ୍କୁ ଏହି କେନ୍ଦ୍ରକୁ ଛାଡିବାକୁ ମନା କରି ଦେଇଛନ୍ତି। ଫଳରେ ଦୀର୍ଘ ୮ଦିନ ହେବ ଏହି ସମସ୍ୟା ଲାଗି ରହିବା ସହ ସଂପୃକ୍ତ କିଶୋରୀ ଏବଂ କାଦୁଆନାସୀ ଗ୍ରାମବାସୀ ଏ ନେଇ କରଞ୍ଜମାଳ ଫାଣ୍ଡିରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି।

ଖବର ଅନୁଯାୟୀ, କାଦୁଆନାସୀ ଗତ ୧୮ ତାରିଖ ଦିନ ସେହି ଗ୍ରାମର କିଶୋରୀ ମିନାରାଣୀ ମହାଳିକ ପ୍ରତି ମାସରେ ମିଳୁଥିବା ଅଣ୍ଡା ଏବଂ ଅନ୍ୟ ସାମଗ୍ରୀ ଆଣିବା ପାଇଁ ଯାଇଥିବାବେଳେ ଅଙ୍ଗନବାଡି କେନ୍ଦ୍ରର ଦିଦି ମଧୁସ୍ମିତା ଜେନା ମିନାରାଣୀଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମାରିଥିବା ନେଇ କରଞ୍ଜମାଳ ଫାଣ୍ଡିରେ ଅଭିଯୋଗ ହୋଇଛି। ୧୯ତାରିଖଠାରୁ କାଦୁଆନାସୀ ଗ୍ରାମବାସୀ ନିଜର କୁନି ପିଲାମାନଙ୍କୁ ଆଉ ଏହି କେନ୍ଦ୍ରକୁ ଛାଡି ନଥିଲେ ଏବଂ ଏହି ଅଭିଯୋଗ ବାବଦରେ ମତୋ ସିଡିପିଓଙ୍କ ଜଣାଇଥିଲେ। ଗୁରୁବାର ମତୋ ସିଡିପିଓ ଏବଂ ଅନ୍ୟ ସୁପରଭାଇଜର ଆସି ଲୋକଙ୍କୁ ବୁଝାଇଥିଲେ ମଧ୍ୟ ଅଙ୍ଗନବାଡି କର୍ମୀ ନିଜ ଜିଦରେ ଅଟଳ ରହିବା ସହ କୌଣସି ପରିସ୍ଥିତିରେ ସେ ଗ୍ରାମବାସୀଙ୍କ ସହ ସାଲିସ କରିବେ ନାହିଁ ବୋଲି ରୋକଠୋକ ମତୋ ସିଡିପିଓଙ୍କୁ ମନା କରି ଦେଇଥିଲେ। ଅନ୍ୟ ଉପାୟ ନପାଇ ସିଡିପିଓ ଅଙ୍ଗନବାଡି କେନ୍ଦ୍ରର ଦିଦି ମଧୁସ୍ମିତା ଜେନାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଏକ ରିପୋର୍ଟ ଲେଖି ଗ୍ରାମବାସୀମାନଙ୍କୁ ଦସ୍ତଖତ କରିବାକୁ କହିଥିଲେ। ସମସ୍ତ ଗ୍ରାମବାସୀ ଏହି ତଦନ୍ତ ରିପୋର୍ଟରେ ଦସ୍ତଖତ କରିବା ପରେ ସେହି ରିପୋର୍ଟକୁ ଭଦ୍ରକ ଜିଲାପାଳଙ୍କ ଗୋଚରାର୍ଥେ ପଠାଇଦେଇଛନ୍ତି ବୋଲି ସିଡିପିଓ ମତ ରଖିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଅଙ୍ଗନବାଡି ଦିଦି କିଛି ଦିନ ପୂର୍ବେ ଏକ ୩ବର୍ଷର କୁନି ପୁଅକୁ ମାଡ ମାରି ରକ୍ତାକ୍ତ କରି ଦେଇଥିଲେ। ପରେ ଏନେଇ କରଞ୍ଜମାଳ ଫାଣ୍ଡିରେ ଅଭିଯୋଗ ହେବାସହ ଏହି କଥାର ରଫାଦଫା ମଧ୍ୟ ହୋଇଥିଲା। ଏହି କଥା ମନରୁ ଲିଭିବା ପୂର୍ବରୁ ସଂପୃକ୍ତ ଅଙ୍ଗନବାଡି ଦିଦି ପୁନଶ୍ଚ ଏକ କିଶୋରୀକୁ ମାଡ ମାରିଥିବାରୁ ଗ୍ରାମବାସୀ ତୁରନ୍ତ ଏହି ଅଙ୍ଗନବାଡି ଦିଦିଙ୍କୁ କାର୍ଯ୍ୟରୁ ନିଲମ୍ବନ ପାଇଁ ଦାବି ଜଣାଇଛନ୍ତି। ଆଗାମୀ ଦିନରେ ଏହା କାର୍ଯ୍ୟକାରୀ ନ ହେଲେ ସେମାନେ ଆଇନକୁ ହାତକୁ ନେବେ ବୋଲି ଭଦ୍ରକ ଜିଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories