www.samajalive.in
Sunday, December 7, 2025
26.1 C
Bhubaneswar

ଉବୁଡୁବୁ ମାୟାନଗରୀ; ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି, ଏଯାଏଁ ୫ ମୃତ..

ମୁମ୍ବାଇ : ମାୟାନଗରୀ ମୁମ୍ବାଇରେ ପ୍ରବଳ ବର୍ଷା କାରଣରୁୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବୁଧବାର ସନ୍ଧ୍ୟାରେ ପ୍ରବଳ ବର୍ଷା କାରଣରୁ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି । ରାତିରେ ପାଣି ଜମିବାରୁ ଲୋକେ ଫସି ଯାଇଥିଲେ । ଅଫିସ୍‌ରୁ ଘରକୁ ଫେରିବା ସମୟରେ ପ୍ରବଳ ବର୍ଷା ହେବା କାରଣରୁ ଲୋକେ ବିଭିନ୍ନ ସ୍ଥାନରେ ଫସି ରହିଥିଲେ । ରାସ୍ତାରେ ଗାଡିମଟର ପାଇଁ ଟ୍ରାଫିକ୍‌ ଜାମ୍‌ ହୋଇଥିବା ବେଳେ ଲୋକାଲ୍‌ ଟ୍ରେନ୍‌ ମଧ୍ୟ ଠପ୍‌ ହୋଇଯାଇଥିଲା । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏଯାଏଁ ବର୍ଷାରେ ପ୍ରାୟ ୫ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ବଜ୍ରପାତ କାରଣରୁ ୨ ଜଣଙ୍କ ମୃତ୍ୟୁ ମୃତ୍ୟୁ ହୋଇଛି । ପାଣିପାଗ ବିଭାଗ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ବିଭିନ୍ନ ସ୍ଥାନ ପାଇଁ ରେଡ୍‌ ଆଲର୍ଟ ଜାରି କରିଛି।

ଏଥିପାଇଁ ନାବାଳକ ପୁଅ ଛୁରୀ ଭୁସି ବାପାକୁ କଲା ହତ୍ୟା, ଆଶ୍ଚର୍ଯ୍ୟ କରିବ କାରଣ..

- Advertisement -

ପ୍ରବଳ ବର୍ଷା ଓ ଜଳବନ୍ଦୀ ପରିସ୍ଥିତି ପାଇଁ ଲୋକେ ଜଟିଳ ପରିସ୍ଥିତିରେ ରହିଛନ୍ତି । ବୁଧବାର ୪ଟାରୁ ରାତି ୧ଟା ପର୍ଯ୍ୟନ୍ତ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।  ସବୁଠାରୁ ଅଧିକ ବର୍ଷା ପୂର୍ବ ମୁମ୍ବାଇ, ମଧ୍ୟମ ଓ ଦକ୍ଷିଣ ମୁମ୍ବାଇରେ ବର୍ଷା ରେକର୍ଡ କରାଯାଇଛି।

ଦେଖନ୍ତୁ ଭିଡିଓ ; ବିଲେଇ-ସାପର ଲଢେଇ, କିଏ ଜିତିଲା..

ଭିଡିଓରେ ଦେଖନ୍ତୁ ; ଦିନ ଦ୍ୱିପ୍ରହରରେ କେମିତି ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍‌..

ପାଣିପାଗ ବିଭାଗର ସତର୍କ ସୂଚନା ଜାରି ପରେ ମୁମ୍ବଇ, ଠାଣେ, ନବୀ ମୁମ୍ବଇ, ବସଇ ବିରାର ପାଲଘର ସହ ଅନ୍ୟାନ୍ୟ ସ୍ଥାନରେ ସ୍କୁଲ, କଲେଜ ବନ୍ଦ ରହିଛି । ଏହି ସ୍ଥାନକୁ ରେଡ୍‌ ଆଲର୍ଟ ମଧ୍ୟ ଜାରି କରାଯାଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସତର୍କ ରହିବାକୁ ପାଇଁ କୁହାଯାଇଛି। ଅତି ଆବଶ୍ୟକ ନହେଲେ ଘରୁ ବାହାରକୁ ନଆସିବା ପାଇଁ ପୁଲିସ ମଧ୍ୟ ଅପିଲ୍‌ କରିଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories