www.samajalive.in
Saturday, December 13, 2025
21.1 C
Bhubaneswar

ଆସିଲା ‘ଜିଗରା’ ଟ୍ରେଲର: ଆଲିଆଙ୍କ ଆକ୍ସନ ଦେଖି ଦର୍ଶକ ଉତ୍ସାହିତ

ମୁମ୍ବାଇ: ରିଲିଜ୍ ହୋଇଛି ଆଲିଆ ଭଟ୍ଟ ଓ ବେଦାଙ୍ଗ ରୈନା ଅଭିନୀତ ଚଳଚ୍ଚିତ୍ର ‘ଜିଗରା’ର ଟ୍ରେଲର। ଏହି ଫିଲ୍ମରେ ବେଦାଙ୍ଗଙ୍କ ଭଉଣୀ ସାଜିଛନ୍ତି ଆଲିଆ। ନିଜ ଭାଇ ପାଇଁ ସେ ସବୁ ସୀମା ଲଂଘନ କରିବାକୁ ପ୍ରସ୍ତୁତ ଥିବା ଟ୍ରେଲରରେ ଦେଖିବାକୁ ମିଳିଛି। ଭାସନ ବାଲା ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ଏକ ନିଆରା ତଥା ବଳିଷ୍ଠ ଭୂମିକାରେ ଅଭିନୟ କରିଛନ୍ତି ଆଲିଆ ଭଟ୍ଟ। ଏଥିରେ ସେ ଜବରଦସ୍ତ ଆକ୍ସନ କରୁଥିବା ଦେଖିବାକୁ ମିଳିବ, ଯାହାର ଝଲକ୍‌ ଟ୍ରେଲରରେ ନଜର ଆସିଛି। ଟ୍ରେଲର ରିଲିଜ୍ ହେବା ପରେ ଖୁବ୍‌ ଭାଇରାଲ୍‌ ହୋଇଛି। ଟ୍ରେଲର ଦେଖିବା ପରେ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଥିବା କମେଣ୍ଟ ଜରିଆରେ ପ୍ରକାଶ କରିଛନ୍ତି ଦର୍ଶକ।

ଫିଲ୍ମର ଟ୍ରେଲରକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି ଆଲିଆ। ଏଥିସହ ଲେଖିଛନ୍ତି, ‘‘ପ୍ରସ୍ତୁତ ତ? ‘ଜିଗରା’ର ଟ୍ରେଲର ରିଲିଜ୍‌ ହୋଇଯାଇଛି।’’ ଅକ୍ଟୋବର ୧୧ରେ ପରଦାକୁ ଆସିବ ‘ଜିଗରା’।

- Advertisement -

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories