www.samajalive.in
Saturday, December 13, 2025
26.1 C
Bhubaneswar

ଜଳବାହିତ ରୋଗ ନିରାକରଣ ନିମନ୍ତେ ସଚେତନତା

ଫୁଲବାଣୀ: ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷଙ୍କ ନିର୍ଦେଶକ୍ରମେ କଟ୍ରିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହରେ ଜଳବାହିତ ରୋଗର ନିରାକରଣ ନିମନ୍ତେ ଏକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଦ୍ଵାରା ଆୟୋଜିତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅନୁଶୀଲା ରୟ, ଉପ ଖଣ୍ଡୀୟ ଆରକ୍ଷୀ ଅଧିକାରୀ ସୁପ୍ରସେନ ମଲ୍ଲିକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ବିଜୟ କୁମାର ପଣ୍ଡା, ଗୁମାଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା. କଳ୍ପନା ଦଳାଇ, ଜଳ ଏବଂ ଭେକ୍ଟର ବାହିତ ରୋଗର ପରାମର୍ଶଦାତା, କଟ୍ରିଙ୍ଗିଆ ସରପଞ୍ଚ ଉପସ୍ଥିତ ଥିଲେ। ମ୍ୟାଲେରିଆ, ଡେଙ୍ଗୁ, ଚିକନଗୁନିଆ, ବାତଜ୍ବର,ଝାଡ଼ାବାନ୍ତି, ଟାଇଫଏଡ, କାମଳ ଇତ୍ୟାଦି ରୋଗରୁ ନିଜକୁ ସୁରକ୍ଷିତ ରଖିବା ସହିତ କିପରି ନିଜ ଅଞ୍ଚଳକୁ ରୋଗମୁକ୍ତ କରାଯାଇପାରିବ ସେ ନେଇ ସ୍ବେଚ୍ଛାସେବୀ, ଆଶା କର୍ମୀ, ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ ଓ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ  ସଚେତନ କରାଯାଇଥିଲା । ପାରା ଲିଗାଲ ସ୍ବେଚ୍ଛାସେବୀ ଅଶୋକ କୁମାର ପ୍ରଧାନ ଶିବିର ପରିଚାଳନା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories