www.samajalive.in
Sunday, December 7, 2025
14.1 C
Bhubaneswar

ମନ୍ଦିରରୁ ଚୋରି ଘଟଣାରେ ୨ ଗିରଫ: ଅଳଙ୍କାର ଉଦ୍ଧାର, ଦୁଇଟି ୪ ଚକିଆ ଗାଡି ଜବତ

ଗୁରୁଡିଝାଟିଆ: ବ୍ରହ୍ମପୁର ଗାଁରେ ରାତିକରେ ୩ଟି ମନ୍ଦିରରୁ ଚୋରି କରି ଦେବାଦେବୀଙ୍କ ସ୍ୱର୍ଣ୍ଣ ଓ ରୂପା ଅଳଙ୍କାର ଲୁଟିନେଇଥିବା ୨ ଅଭିଯୁକ୍ତଙ୍କୁ ଖୁଣ୍ଟୁଣୀ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୁକ୍ତଙ୍କଠାରୁ ଚୋରି ଅଳଙ୍କାର ଉଦ୍ଧାର କରାଯାଇଥିବା ବେଳେ ଗୋଟିଏ ବୋଲେରୋ ଓ ଗୋଟିଏ ଟାଟାଏସି ଗାଡି ଜବତ କରାଯାଯାଇଛି। ଏହା ସହିତ ଏକ ଖେଳଣା ବନ୍ଧୁକ ଓ ବ୍ୟବହୃତ ଫୋନକୁ ପୁଲିସ ଜବତ କରିଛି।

ଅଭିଯୁକ୍ତଦ୍ୱୟ ହେଲେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ବ୍ରହ୍ମପୁର ଗାଁର ଅଜୟ ସାମଲ(୨୩) ଏବଂ ଚୌଦ୍ୱାର ଥାନା ବାଣିପଦା ଗ୍ରାମର ଅର୍ଫାନ ଅଲ୍ଲି(୧୯) । ଗତ ୨ଦିନ ତଳେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତର ବ୍ରହ୍ମପୁର ଗ୍ରାମର ମା’ ସିଦ୍ଧ୍ନାରାୟଣୀ, ହନୁମାନଜୀ ଓ ଲକ୍ଷ୍ମୀନାରାୟଣଙ୍କ ମନ୍ଦିରରୁ ଦୁର୍ବୃତ୍ତମାନେ ଗେଟ ତାଲା ଭାଙ୍ଗି ସୁନା ମକୁଟ, ଚିତା, ନୋଥ, ଆଖି ଓ ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାର ଲୁଟିନେଇଥିଲେ । ଏ ସଂପର୍କରେ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ସାଇଣ୍ଟିଫିକ୍‌ ଟିମ ସହିତ ତଦନ୍ତ କରିଥିଲା।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories