www.samajalive.in
Saturday, December 13, 2025
26.1 C
Bhubaneswar

କାଉଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଫାର୍ମାସିଷ୍ଟ ଦିବସ

ଲାଞ୍ଜିଗଡ: ଆଜି ହେଉଛି ବିଶ୍ୱ ଫାର୍ମାସିଷ୍ଟ ଦିବସ। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ରୋଡ ପଂଚାୟତ କାଉଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଲାଞ୍ଜିଗଡ ରୋଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରବୀନ୍ଦ୍ର କୁମାର ସାହୁ, ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ଟୁନା ପାଣିଗ୍ରାହୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟଅତିଥି ଭାବେ କାଉଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ଦୋରା ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥିଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଟଙ୍କଧର ମାଝୀ, ସମ୍ମାନିତ ଅତିଥିଭାବେ ଲାଞ୍ଜିଗଡ ପ୍ରେସ କ୍ଲବର ଉପଦେଷ୍ଟା କୈଳାସ ସାହୁ, ସଭାପତି ସୁଶୀଲ କୁମାର ବାଗ, ଉପସଭାପତି କ୍ଷମାନିଧି ମହାଖୁଡ଼, କୋଷାଧ୍ୟକ୍ଷ ପରେଶ କୁମାର ନାୟକ, ସଦସ୍ୟ ରମେଶ ଚନ୍ଦ୍ର ନାୟକ, ପିଇଡବ୍ଲ୍ୟୁ ମିଡିଆ ଆସୋସିଏସନ ଉପଦେଷ୍ଟା ସନ୍ତୋଷ ତୁଳ, ସଭାପତି ନୀଲେଶ କୁମାର ନାଗ, କୋଷାଧ୍ୟକ୍ଷ ତୁଳସୀରାମ ପ୍ରଧାନୀ, ସଦସ୍ୟ ମନୋଜ ଦୋରା, ଯୁବ ସମାଜସେବୀ ସୌରଭ ପାତ୍ର, ନର୍ସିଂ ଅଫିସର ପ୍ରତୀକ୍ଷା ସାମନ୍ତରାୟ, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପରମାନନ୍ଦ ସାହୁ, ସହକାରୀ ଶିକ୍ଷକ ସନ୍ଦୀପ ମିଶ୍ର ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories