www.samajalive.in
Saturday, December 13, 2025
26.1 C
Bhubaneswar

ଶିକ୍ଷା ବିଭାଗର ବିକଳ ଚିତ୍ର; ଶ୍ରେଣୀ ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତର ଶୁଳିପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶ୍ରେଣୀଗୃହ ବାରଣ୍ଡାରେ ବସି ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ବିଦ୍ୟାଳୟଟି ୧୯୫୯ମସିହାରେ ସ୍ଥାପିତ ହୋଇଥିଲା। ଏଥିରେ ପ୍ରଥମରୁ ଦଶମ ଶ୍ରେଣୀରେ ୩୩୦ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ଜଣାପଡ଼ିଛି। ଆବଶ୍ୟକତା ଅନୁଯାୟୀ ୧୧ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଥିବାବେଳେ ଶ୍ରେଣୀଗୃହର ଅଭାବ ରହିଛି। ୫ଟି ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ବସି ପାଠ ପଢୁଥିବାବେଳେ ଅନ୍ୟ ୪ଟି ଶ୍ରେଣୀ ଗୃହରେ ୭ଟି ଶ୍ରେଣୀର ଛାତ୍ରଛାତ୍ରୀ ବସି ପାଠ ପଢୁଥିବା ଅଭିଯୋଗ ହୋଇଛି। ପଞ୍ଚମ, ଷଷ୍ଠ ଓ ସପ୍ତମ ଶ୍ରେଣୀ ଗୋଟିଏ ଲେଖାଏଁ ଗୃହରେ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଗୋଟିଏ କୋଠରୀରେ ବସୁଥିବା ବେଳେ ତୃତୀୟ ଓ ଚତୁର୍ଥ ଶ୍ରେଣୀ ପିଲାମାନେ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି। ବାରଣ୍ଡାରେ ବସି ପାଠପଢିବା ସମୟରେ ବାହାରେ ଯାନବାହାନ ଚଳାଚଳ ହେଲେ ପାଠପଢାରେ ମନ ଲାଗୁନାହିଁ ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ମଧ୍ୟ ଆମେ ଅନ୍ୟମନସ୍କ ହୋଇଯାଉଛୁ। ଏ ବିଷୟ ଗୋଷ୍ଠି ଶିକ୍ଷାଅଧିକାରୀଙ୍କ ନଜରକୁ ନେବା ପରେ କୌଣସି ସୁଫଳ ମିଳି ନ ଥିବାରୁ ସୋମବାର ବ୍ଲକ କାର୍ଯ୍ୟାଳୟରେ ହୋଇଥିବା ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଗ୍ରାମବାସୀ ଏକ ଲିଖିତ ଅଭିଯୋଗ ଦେଇଥିବା ଜଣାପଡ଼ିଛି। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମୁକୁନ୍ଦ ଗଣ୍ଡିଆ, ପୂର୍ବତନ ସରପଞ୍ଚ ସିନ୍ଧୁ କୁଲେସିକା, ଅଜିତ ପାଣିଗ୍ରାହୀ, ନିରଞ୍ଜନ ମହାନନ୍ଦିଆଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ୫ଟି ବିଦ୍ୟାଳୟରେ ନିମ୍ନମାନର କାର୍ଯ୍ୟ କରିଥିବା ଅଭିଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories