www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ରେମିକାଙ୍କ ସହ ପରଦାରେ ଏକାଠି ନଜର ଆସିବେ କାର୍ତ୍ତିକ

ମୁମ୍ବଇ : କିଛିଦିନ ହେବ କାର୍ତ୍ତିକ ଆର୍ଯ୍ୟନ୍‍ ଓ ଅନନ୍ୟା ପାଣ୍ଡେ ନିଜ ପ୍ରେମ ସମ୍ପର୍କକୁ ନେଇ ଖୁବ୍‍ ଚର୍ଚ୍ଚାରେ ରହିଛନ୍ତି। ତେବେ ବିଶେଷ ସୂତ୍ରରୁ ପ୍ରକାଶ ଯେ, ଦୁହେଁ ଖୁବଶୀଘ୍ର ରୂପେଲୀ ପରଦାରେ ଏକାଠି ନଜର ଆସିବାକୁ ଯାଉଛନ୍ତି। ସୂଚନା ଅନୁସାରେ, ସଞ୍ଜୀବ କୁମାର ଓ ବିଦ୍ୟା ସିହ୍ନା ଅଭିନୀତ ୭୦ଦଶକର ସୁପରହିଟ୍‍ ଚଳଚ୍ଚିତ୍ର ‘ପତୀ-ପତ୍ନୀ ଔର୍‍ ୱ’ ର ରିମେକ ପାଇଁ ଅନନ୍ୟା ଓ କାର୍ତ୍ତିକଙ୍କୁ ଚୟନ କରାଯାଇଛି। ମୁଦସର୍‍ ଅଜିଜ୍‍ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ବହନ କରିବେ। ଆସନ୍ତା ମେ-ଜୁନ୍‍ ସୁଦ୍ଧା ଏହାର ସୁଟିଂ କାର୍ଯ୍ୟ ଆରମ୍ଭ ହେବ।

ଉଲ୍ଲେଖଯୋଗ୍ୟ, କାର୍ତ୍ତିକ ଆର୍ଯ୍ୟନ୍‍ ଖୁବ୍‍ କମ୍‍ ସମୟ ମଧ୍ୟରେ ବଲିଉଡ଼ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ‘ପ୍ୟାର୍‍ କା ପଞ୍ଚନାମା’ ଓ ‘ସୋନୁ କେ ଟିଟୁ କି ସ୍ୱିଟି’ ଭଳି ହିଟ୍‍ ଚଳଚ୍ଚିତ୍ର ଭେଟି ଦେଇଥିବା କାର୍ତ୍ତିକ ଆର୍ଯ୍ୟନଙ୍କ ହାତରେ ଏବେ ବହୁ ଚଳଚ୍ଚିତ୍ରର ଅଫର୍‍ ରହିଛି। ନିକଟରେ ଶୁଣିବାକୁ ମିଳିଥିଲା ଯେ, ସେ ‘ଲଭ୍‍ ଆଜ୍‍ କଲ୍‍-୨’ରେ ନଜର ଆସିବେ। ଏଥିରେ ସେ ସାରା ଅଲ୍ଲୀ ଖାନ୍‍ଙ୍କ ସହ କାମ କରିବେ। ଅନ୍ୟ ପକ୍ଷରେ ଅଭିନେତା ଚଙ୍କୀ ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ କରଣ ଜୋହରଙ୍କ ଚଳଚ୍ଚିତ୍ର ‘ଷ୍ଟୁଡେଣ୍ଟ୍‍ ଅଫ୍‍ ଦି ଇୟର୍‍-୨’ର ସୁଟିଂରେ ବ୍ୟସ୍ତ ରହିଛନ୍ତି। ଏହି ଚଳଚ୍ଚିତ୍ର ମାଧ୍ୟମରେ ସେ ପ୍ରଥମ ଥର ପାଇଁ ବଲିଉଡ଼ରେ ପାଦ ଥାପିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories