www.samajalive.in
Monday, December 8, 2025
17.1 C
Bhubaneswar

ଭାରତକୁ ଇଲିଶି ରପ୍ତାନି କଟକଣା ହଟାଇଲା ବାଂଲାଦେଶ

ଢାକା: ବାଂଲାଦେଶର ଅନ୍ତରୀଣ ସରକାର ଇତିମଧ୍ୟରେ ଭାରତକୁ ଇଲିଶି ରପ୍ତାନି ପ୍ରସଙ୍ଗରେ ଲାଗୁ କରିଥିବା କଟକଣାକୁ ହଟାଇ ଦେଇଥିବା ଜଣାପଡ଼ିଛି। ଇଲିଶି ବ୍ୟବସାୟୀଙ୍କ ଦାବିକୁ ସମ୍ମାନ ଜଣାଇ ବାଂଲାଦେଶ ସରକାର ଶନିବାର ଏଭଳି କଟକଣା ପ୍ରତ୍ୟାହାର କରିଥିବା କୁହାଯାଇଛି। ଫଳରେ ବାଂଲାଦେଶରୁ ଏଣିକି ଭାରତକୁ ୩୦୦୦ ଟନ୍‌ ଇଲିଶି ରପ୍ତାନି କରାଯିବ ବୋଲି ଜଣାପଡିଛି। ଆଗକୁ ଭାରତରେ ଦୁର୍ଗାପୂଜା ପାଳିତ ହେବାକୁ ଯାଉଥିବାବେଳେ ବିଶେଷ କରି ପଶ୍ଚିମବଙ୍ଗରେ ବାଂଲାଦେଶ ପଦ୍ମା ନଦୀ ଇଲିଶିର ପ୍ରବଳ ଚାହିଦା ରହିଛି। ବାଂଲାଦେଶ ସହ ପଶ୍ଚିମବଙ୍ଗର ୨୨୧୭ କିମି ସୀମା ସଂଲଗ୍ନ ରହିଛି। ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗରେ ଇଲିଶି ରପ୍ତାନି କରି ବାଂଲାଦେଶର ମାଛ ବ୍ୟବସାୟୀମାନେ ପ୍ରଚୁର ଲାଭ କରିଥାନ୍ତି। ସୂଚନାଯୋଗ୍ୟ ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା କାରଣ ଦର୍ଶାଇ ବାଂଲାଦେଶର ଅନ୍ତରୀଣ ସରକାର ଚଳିତମାସ ପ୍ରାରମ୍ଭରେ ଭାରତକୁ ଇଲିଶି ରପ୍ତାନି ଉପରେ କଟକଣା ଜାରି କରିଥିଲେ। ୨୦୨୩ରେ ବାଂଲାଦେଶରୁ ଭାରତକୁ ପ୍ରାୟ ୪୦୦୦ ଟନ ଇଲିଶି ରପ୍ତାନି କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories