www.samajalive.in
Wednesday, December 10, 2025
26.1 C
Bhubaneswar

ଓଡ଼ିଶାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ସମ୍ମାନଜନକ ‘ସ୍କଚ୍‌ ଆୱାର୍ଡ଼’

ଭୁବନେଶ୍ୱର: ଆଜି ଓଡ଼ିଶାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସମ୍ମାନଜନକ ‘ସ୍କଚ୍‌ ଆୱାର୍ଡ଼’ରେ ସମ୍ମାନିତ ହୋଇଛି । ଦିଲ୍ଲୀର ଲୋଧି ରୋଡ଼୍‌ସ୍ଥିିତ ଇଣ୍ଡିଆ ହାବିଟାଟ୍‌ ସେଣ୍ଟରଠାରେ ଅନୁଷ୍ଠିତ ୯୯ତମ ସ୍କଚ୍‌ ସମିଟ୍‌ରେ ବିଭାଗ ପକ୍ଷରୁ ନିର୍ଦ୍ଦେଶକ ଶ୍ରୀମତୀ ନିୟତି ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ଶ୍ରୀ ସନ୍ତୋଷ କୁମାର ପ୍ରଧାନ ଏବଂ ଆଇଟି କନ୍‌ସଲଣ୍ଟାଣ୍ଟ ଶ୍ରୀ ବିନିତ ମହାପାତ୍ର ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ନିଶାଦ୍ରବ୍ୟ ସେବନକାରୀ ଓ ମାନସିକ ରୋଗୀଙ୍କ ପୁନର୍ବାସ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ସ୍ୱୀକୃତି ସ୍ୱରୂପ ସାମାଜିକ ନ୍ୟାୟ ଓ ସୁରକ୍ଷା କ୍ଷେତ୍ରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ୨୦୨୪ ବର୍ଷ ନିମନ୍ତେ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଏହି ସମ୍ମାନ ନେଇ ଖୁସି ବ୍ୟକ୍ତ କରିଛନ୍ତି । ଏହି ସମ୍ମାନ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଏବଂ ଏହା ବିଭାଗକୁ ଅଧିକ ନିଷ୍ଠା ଓ ଦାୟିତ୍ୱର ସହ କାର୍ଯ୍ୟ କରିବା ନିମନ୍ତେ ପ୍ରେରଣା ଯୋଗାଇବ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories