www.samajalive.in
Tuesday, December 9, 2025
16.1 C
Bhubaneswar

ରତ୍ନଭଣ୍ଡାର: ପ୍ରଥମ ଦିନର ଯାଞ୍ଚ ସରିଲା

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରଥମ ଦିନର ଯାଞ୍ଚ ସାରିଛି ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା(ଏଏସଆଇ)। ଯାଞ୍ଚ ପାଇଁ ୩ ଦିନ ସମୟ ଧାର୍ଯ୍ୟ ହୋଇଥିଲାବେଳେ ଆହୁରି ୨ ଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରହିବ। ଶନିବାର ସର୍ଭେ କାମ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ରବିବାର ପୁଣି ଥରେ ସର୍ବେକ୍ଷଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।

ତଦାରଖ କମିଟି ମୁଖ୍ୟ ଜଷ୍ଟିସ ବିଶ୍ଵନାଥ ରଥ କହିଛନ୍ତି, ଶନିବାର ୩ଘଣ୍ଟା ୫୦ ମିନିଟ ପର୍ଯ୍ୟନ୍ତ ସର୍ବେକ୍ଷଣ କାର୍ଯ୍ୟ ହୋଇଛି। ନିର୍ଦ୍ଧାରିତ ୩ ଦିନ ମଧ୍ୟରେ ଯାଞ୍ଚ ଶେଷ ହେବ ବୋଲି ଆଶା ରହିଛି। ସର୍ବେକ୍ଷଣ ସମ୍ପର୍କରେ ମୁଖ୍ୟ ବୈଜ୍ଞାନିକ ଆନନ୍ଦ ପାଣ୍ଡେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ୩ଟି ଉଚ୍ଚ କ୍ଷମତା ସମ୍ପନ୍ନ ମେସିନ ଦ୍ଵାରା ସର୍ବେକ୍ଷଣ ଚାଲିଛି। ସର୍ଭେ ତଥ୍ୟ ପ୍ରକ୍ରିୟାକରଣ ପାଇଁ ୧୦ ଦିନ ଲାଗିବ।

- Advertisement -

ତେବେ ପ୍ରଥମ ଦିନରେ ପେନିଟ୍ରେଟିଂ ରାଡାର ସର୍ଭେ କରାଯାଇଛି। ଆସନ୍ତାକାଲି ଚଟାଣ ଯାଞ୍ଚ ହେବ। ଯାଞ୍ଚ ପାର୍ଇ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories