www.samajalive.in
Monday, December 8, 2025
13.1 C
Bhubaneswar

ପ୍ରୟାଗରାଜ କୁମ୍ଭ ୨୦୧୯ : ୩ଡି ପ୍ରୋଜେକ୍ସନ ମ୍ୟାପିଙ୍ଗ୍‍ ଜରିଆରେ ଶ୍ରଦ୍ଧାଳୁ ଦେଖିପାରିବେ ସମୁଦ୍ର ମନ୍ଥନ

ପ୍ରୟାଗରାଜ : ପ୍ରୟାଗରାଜରେ ୧୫ ଜାନୁଆରୀରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ କୁମ୍ଭ ମେଳାରେ ଲୋକମାନେ ୩ଡି ପ୍ରୋଜେକ୍ସନ୍‍ ମ୍ୟାପିଙ୍ଗ୍‍ ମାଧ୍ୟମରେ ସମୁଦ୍ର ମନ୍ଥନ ଓ ରାମାୟଣର ଭିଡିଓ ଦେଖିପାରିବେ। ଅହମଦାବାଦର ‘ବ୍ଲିଙ୍କ୍‍ ୩୬୦’ କମ୍ପାନୀ ଦ୍ୱାରା ଏହି ବ୍ୟବସ୍ଥା କରାଯାଇଛି। ଏହା ଏକ ନୂଆ ବୈଷୟିକ ଜ୍ଞାନକୌଶଳ, ଯାହା ଆଜି ପର୍ଯ୍ୟନ୍ତ ବିଶାଳ ପ୍ରାସାଦ ବା ବଡ଼ ବଡ଼ କୋଠାଘରେ ଉପଯୋଗ କରାଯାଇଛି। ହେଲେ କୁମ୍ଭ ମେଳାରେ ଏକ ପ୍ରଶସ୍ତ କକ୍ଷ ମଧ୍ୟରେ ଛୋଟକାଟିଆ ଢାଞ୍ଚାରେ ଏହାର ଉପଯୋଗ କରାଯିବ।

‘ବ୍ଲିଙ୍କ୍‍ ୩୬୦’ର ପରିଚାଳନା ନିର୍ଦ୍ଦେଶକ ଲୋୱାଲେନ ରୋଜାରିୟୋଙ୍କ କହିଛନ୍ତି, “ଆମେ ସବୁକିଛି ଆମ ଷ୍ଟୁଡିଓରେ ପ୍ରସ୍ତୁତ କରିଛୁ। ପ୍ରୋଜେକ୍ସନ ମ୍ୟାପିଙ୍ଗର ଏହି ବ୍ୟବସ୍ଥା ଆମେ ବିଶେଷ କରି କୁମ୍ଭ ମେଳା ପାଇଁ ହିଁ ନେଇ ଆସିଛୁ”। ରୋଜାରିୟୋ ପୁନଶ୍ଚ କହିଛନ୍ତି, “ସମୁଦ୍ର ମନ୍ଥନର କାହାଣୀକୁ ପରଦାରେ ଦର୍ଶାଇବା ପାଇଁ ଆମକୁ ଦେଢ ମାସ ସମୟ ଲାଗିଛି ଓ ପ୍ରାୟ ୧୦୦ଲୋକ ଏଥିପାଇଁ କାମ କରିଛନ୍ତି”। ସେ କହିଛନ୍ତି, “ଏହା କେବଳ ଏକ କାହାଣୀ ନୁହେଁ, ବରଂ ଏଥିରେ ଭିଜୁଆଲ୍‍ ଇଫେକ୍ଟ ମଧ୍ୟ ରହିଛି। ଏହି ସମ୍ପୂର୍ଣ୍ଣ ଫିଲ୍ମଟି ଆନିମେଟେଡ଼୍‍ ହୋଇଛି। ସାଧାରଣତଃ ୩ଡି ଫିଲ୍ମ ଦେଖିବା ପାଇଁ ବ୍ୟକ୍ତିଙ୍କୁ ୩ଡି ଚଷମା ପିନ୍ଧିବାକୁ ପଡ଼ିଥାଏ, ହେଲେ ଏଠାରେ ଆପଣଙ୍କୁ ୩ଡି ଚଷମାର ଆବଶ୍ୟକତା ପଡ଼ିବନାହିଁ। ଏହି ଭିଡ଼ିଓଟି ହିନ୍ଦୀ ଭାଷାରେ ହୋଇଛି ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହାକୁ ଦେଖିବା ପାଇଁ ୫୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ”। ରୋଜାରିୟୋଙ୍କ କହିବା ଅନୁସାରେ, କମ୍ପାନୀ ଏହି ଆୟାଜନ ପାଇଁ ପ୍ରାୟ ଦେଢ କୋଟି ଟଙ୍କା ଖର୍ଚ୍ଚ କରିଛି ଏବଂ ଲୋକଙ୍କଠାରୁ ଭଲ ପ୍ରତିକ୍ରିୟା ମିଳିବ ବୋଲି ଆଶା ରହିଛି।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories