ପ୍ରୟାଗରାଜ : ମକର ସଂକ୍ରାନ୍ତି ଅବସରରେ ଦିବ୍ୟ ଏବଂ ଭବ୍ୟ କୁମ୍ଭମେଳାରେ ଆତଙ୍କବାଦୀ ଆକ୍ରମଣର ସମ୍ଭାବନା ସୃଷ୍ଟି ହୋଇଛି। କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଜଣେ ଏଜେଣ୍ଟ ଏନେଇ ଏକ ଅଡିଓ ଟେପ୍ ଜାରି କରି ଭୟ ଓ ଆତଙ୍କ ଖେଳାଇ ଦେଇଛି। ପାଣିରେ ବିଷ ମିଶାଇ ଲୋକଙ୍କୁ ହତ୍ୟା କରିବାନେଇ ଧମକପୂର୍ଣ୍ଣ ଅଡିଓ ୟୁଟୁବରେ ପ୍ରସାରିତ ହେଉଛି। ଯାହାକୁ ଦେଖି ଗୁଇନ୍ଦା ସଂସ୍ଥାଗୁଡିକ କୁମ୍ଭ ପୁଲିସକୁ ସତର୍କ କରାଇଦେଇଛନ୍ତି। ପୁଲିସ ମେଳାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରିବା ସହିତ ବିଭିନ୍ନ ସ୍ଥାନରେ ଯାଞ୍ଚ ଜାରି ରଖିଛି।
ସେହିପରି ୟୁଟୁବ୍ରେ ଆଉ ଏକ ଭିଡିଓ ଅପଲୋଡ୍ ହୋଇଛି। କୁମ୍ଭ ମେଳାରେ ହତ୍ୟାକାଣ୍ଡ ଭିଆଇବା ପାଇଁ ଏଥିରେ ଫତୁଆ ଜାରି କରାଯାଇଛି। କେରଲର ଆତଙ୍କବାଦୀ ଅବଦୁଲ ରସିଦ ଜାରି କରିଛି। ପାଣିରେ ବିଷ ମିଶାଇ ଲୋକଙ୍କୁ ହତ୍ୟା କରିବାନେଇ ଏଥିରେ କୁହାଯାଇଛି।
କୁମ୍ଭମେଳାରେ ଆଇଏସଆଇଏସ ଆକ୍ରମଣର ସମ୍ଭାବନା
Popular Categories



