www.samajalive.in
Monday, December 8, 2025
13.1 C
Bhubaneswar

ଲଦାଖରେ ହେବ ବିଶ୍ୱର ସର୍ବବୃହତ୍‍ ସୌରଶକ୍ତି ପ୍ରକଳ୍ପ

ନୂଆଦିଲ୍ଳୀ: ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ମାନ୍ୟତା ଲାଭ କରିଥିବା ଲଦାଖରେ ହେବ ବିଶ୍ୱର ସର୍ବବୃହତ୍‍ ସୌରଶକ୍ତି ପ୍ରକଳ୍ପ। କାରଗିଲ୍‍ଠାରୁ ୨୦୦ କିମି ଦୂରରେ ସ୍ଥାପିତ ହେବାକୁ ଥିବା ଏହି ପ୍ରକଳ୍ପ ଉଭୟ ଆର୍ଥକ ଓ ସାମାଜିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ୫୦୦୦ ମେଗାୱାଟ ଶକ୍ତି ସମ୍ପନ୍ନ ଏହି ପ୍ରକଳ୍ପ ବାର୍ଷିକ ୧୨,୭୫୦ ଟନ୍‍ କାର୍ବନ ନିର୍ଗମନକୁ ରୋକିବା ସହିତ ସ୍ଥାନୀୟ ଅଞ୍ଚଳର ତାପନକୁ ନିୟନ୍ତ୍ରଣ କରିପାରିବ। ଏଥିସହିତ ସ୍ଥାନୀୟ ଲୋକଙ୍କ ପାଇଁ ଏହି ପ୍ରକଳ୍ପ ରୋଜଗାରର ପନ୍ଥା ସୃଷ୍ଟି କରିପାରିବ।
ଅକ୍ଷୟ ଶକ୍ତି ମନ୍ତ୍ରାଳୟ ଅଧୀନସ୍ଥ ସୋଲାର ଏନର୍ଜି କର୍ପୋରେସନ୍‍ ଅଫ୍‍ ଇଣ୍ଡିଆ ଦ୍ୱାରା ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୪୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ୨୦୨୩ ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏତଦ୍‍ବ୍ୟତୀତ କାରଗିଲ୍‍ରେ ଆଉ ଏକ ୨୫୦୦ ମେଗାୱାଟ ଶକ୍ତି ସମ୍ପନ୍ନ ପ୍ରକଳ୍ପ ନିର୍ମାଣ ହେବ। ଏହି ଦୁଇ ପ୍ରକଳ୍ପ ପାଇଁ ମୋଟ ୩୮,୦୦୦ ଏକର ଜମି ଆବଶ୍ୟକ ଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକ ଓ ସଂସ୍ଥାଠାରୁ ବାର୍ଷିକ ହେକ୍ଟର ପିଛା ୧,୨୦୦ ଟଙ୍କା ଲେଖାଏଁ ଭଡ଼ାରେ ନିଆଯିବ।
ଏବେ ବିଶ୍ୱର ସର୍ବବୃହତ୍‍ ସୌର ପ୍ରକଳ୍ପ ଚୀନରେ ଅଛି। ଚୀନ୍‍ର ଡାଟୋଙ୍ଗଠାରେ ଥିବା ସୌରଶକ୍ତି ପ୍ରକଳ୍ପର କ୍ଷମତା ୩ ହଜାର ମେଗାୱାଟ ଥିବା ବେଳେ ସେଠାକାର ଟେଞ୍ଜର ଡେଜର୍ଟର କ୍ଷମତା ୧୫୪୭ ମେଗାୱାଟ ଓ ଇଷ୍ଟର୍ନ ଜେଝିୟାଙ୍ଗ ପାର୍କର କ୍ଷମତା ୮୫୦ ମେଗାୱାଟ। ରାଜସ୍ଥାନର ଭାଦ୍‍ଲା ସୌର ପ୍ରକଳ୍ପର କ୍ଷମତା ୨,୨୫୫ ମେଗାୱାଟ ଥିବା ବେଳେ ଆନ୍ଧ୍ରପ୍ରଦେଶର କୁର୍ନୁଲ୍‍ଠାରେ ଥିବା ପ୍ରକଳ୍ପର କ୍ଷମତା ୨୦୦୦ ମେଗାୱାଟ୍‍।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories