www.samajalive.in
Thursday, December 11, 2025
15.1 C
Bhubaneswar

ବାଇକ ଚୋରଙ୍କୁ କାବୁ କଲା ପୁଲିସ, ୮ ବାଇକ ଜବତ

ଗୁଣୁପୁର : ବାଇକ ଚୋରି କରି ଦୁଇ ଜଣ ଯୁବକ ଚମ୍ପଟ ମାରୁଥିବାବେଳେ କାବୁ କଲେ ଗୁମୁଡା ଗ୍ରାମର ସ୍ଥାନୀୟ ଲୋକେ। ଚୋରକୁ ପୁଲିସ ଜିମା ଦେଇଥିଲେ ଗ୍ରାମବାସୀ। ଏହି ଚୋରି ଘଟଣାର ପର୍ଦାଫାସ କରିଛି ଗୁଣୁପୁର ପୁଲିସ । ୮ଟି ବାଇକ ଜବତ କରିବା ସହ ପାଞ୍ଚଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଦୁଇ ଜଣ ମୁଖ୍ୟ ଚୋର ରହିଥିବା ବେଳେ ଆଉ ତିନି ଜଣ ବାଇକ୍ କ୍ରୟ ବିକ୍ରୟ କରି ଗିରଫ ହୋଇଛନ୍ତି। ଦୁଇ ମୁଖ୍ୟ ଚୋର ହେଲେ କଲ୍ୟାଣସିଂପୁର ଥାନା ଅନ୍ତର୍ଗତ ଆଡାବାଡି ଗ୍ରାମର ରବିନ୍ଦ୍ର କୈାଶଲ୍ୟା ଓ ମୁନିଗୁଡା ଥାନା ଅନ୍ତର୍ଗତ  ଗୈାରି ଶଂଙ୍କର ବେହୁରା । କିଛି ଦିନ ତଳେ ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ଲଛମନ ଗୁଡାର ଲକ୍ଷ୍ମୀକାନ୍ତ ଶବର ନାରାୟଣ ଗୁଡା ନିକଟ ଚାଷ ଜମିରେ ଚାଷ କରିବା ପାଇଁ ଯାଇଥିଲେ। ରାସ୍ତା ଉପରେ ବାଇକ୍ ରଖି ଚାଷ କାମ କରୁଥିଲେ। ଏହି ସମୟରେ ଦୁଇଜଣ ଅଜଣା ଯୁବକ ବାଇକକୁ ଧରି ଚମ୍ପଟ ମାରିଥିଲେ। ଘଟଣା ହେବାର କିଛି ସମୟ ମଧ୍ୟରେ ଲକ୍ଷ୍ମୀକାନ୍ତ ବାଇକ୍ ଚୋରି ହୋଇଥିବା ନେଇ ପାଖଗ୍ରାମ ଗୁଡିକରେ ସାଙ୍ଗସାଥିକୁ ସୁଚନା ଦେଇଥିଲେ। ଗୁମୁଡା ନିକଟରେ ଚୋରି ବାଇକ୍ ଧରି ଚମ୍ପଟ ମାରିଥିବା ଯୁବକକୁ କାବୁ କରିବା ସହ ଗୁଡାରି ଥାନା ଅନ୍ତର୍ଗତ ଗୁମୁଡା ଫାଣ୍ଡି ପୋଲିସ୍ ପାଖରେ ଯୁବକକୁ ଜିମାରେ ଦେଇଥିଲେ ଗୁମୁଡାର କିଛି ଲୋକେ। ଏହି ଘଟଣାରେ ଲକ୍ଷ୍ମୀକାନ୍ତ ଶବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ଏହି ଘଟଣାର ପର୍ଦାଫାସ କରିଛି ପୁଲିସ୍।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories