www.samajalive.in
Monday, December 8, 2025
13.1 C
Bhubaneswar

ମୁଁ ଏକୁଟିଆ ତୁମକୁ ଜିତାଇ ପାରିବି ନାହିଁ: ମୋଦୀ

ନୂଆଦିଲ୍ଲୀ: କେବଳ ମୋ ଉପରେ ଭରସା କରି ନିଶ୍ଚିନ୍ତ ହୋଇଯାଅନାହିଁ। ମୁଁ ଏକୁଟିଆ ତୁମକୁ ନିର୍ବାଚନରେ ଜୟଯୁକ୍ତ କରିପାରିବି ନାହିଁ। ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅବସରରେ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କୁ ଏଭଳି ଚରମ ବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
‘ମଜବୁର ନୁହେଁ ମଜବୁତ୍‍ ସରକାର’ର ନାରା ଦେଇଥିବା ମୋଦୀ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଧରି ନିଆଯାଉ ଭଲ ବର୍ଷା ହେବ। ଶସ୍ୟ ମଧ୍ୟ ଉତ୍ତମ ଥିବ। କିନ୍ତୁ ଚାଷୀ ଯଦି ଚାଷ ନ କରିବ ତେବେ ସେଥିରୁ କିଛି ଲାଭ ମିଳିବ କି? ସେହିପରି ନିର୍ବାଚନ ପାଇଁ ନିଜ କ୍ଷେତ୍ର ନିଜେ ପ୍ରସ୍ତୁତ କରିବା ଆବଶ୍ୟକ। ଆସନ୍ତା ନିର୍ବାଚନରେ କଡ଼ା ମୁକାବିଲା ହେବ। ଜିତିବାକୁ ହେଲେ ‘ମୋ ବୁଥ୍‍ ମଜବୁତ୍‍’ ମନ୍ତ୍ରକୁ ଗ୍ରହଣ କରିବାକୁ ପଡ଼ିବ। ବିଜେପି ବିରୋଧରେ ମହାମେଣ୍ଟ ଗଠନ ଉଦ୍ୟମ କରୁଥିବା ଦଳମାନଙ୍କ ଉଦ୍ଦେଶ୍ୟରେ ମୋଦୀ କହିଛନ୍ତି ଯେ ଯେତେବେଳେ କଂଗ୍ରେସ ଶକ୍ତିଶାଳୀ ଥିଲା ସେତେବେଳେ ସେମାନେ ଦଳର ସହଯୋଗ ଲୋଡ଼ୁଥିଲେ। କଂଗ୍ରେସର ସ୍ଥିତି ଏବେ ଦୁର୍ବଳ ହେଉଥିବାରୁ ସହଯୋଗୀମାନେ ହାତ ଛାଡ଼ୁଛନ୍ତି। ତେଣୁ ସେଭଳି ଦଳମାନଙ୍କୁ ଉପରେ ବିଶ୍ୱାସ ଓ ଭରସା କରାଯାଇପାରିବନି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories