www.samajalive.in
Thursday, December 11, 2025
15.1 C
Bhubaneswar

‘ବୀରାରାଣୀ ଶୁକଦେଈଙ୍କ ମହତ୍ତ୍ଵ ସାରା ବିଶ୍ଵରେ ବିରଳ’

କଳାପଥର: ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ବୀରାରାଣୀ ଶୁକଦେଈଙ୍କ ୩୩୮ତମ ଜୟନ୍ତୀ ବୁଧବାର ପାଳିତ ହୋଇଯାଇଛି । ଏହି ଅବସରରେ କଲେଜ ପରିସରରେ ସ୍ଥାପିତ ବୀରାରାଣୀଙ୍କ ପୂର୍ଣ୍ଣାୟବ ପ୍ରତିମୂର୍ତ୍ତିରେ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ଖୋର୍ଦ୍ଧା-ବାଙ୍କୀ ଯୁଦ୍ଧରେ ରାଣୀ ଶୁକଦେଈଙ୍କ ସ୍ୱାମୀଙ୍କୁ ଖୋର୍ଦ୍ଧା ସୈନ୍ୟମାନେ ରାତିରେ ଶୋଇଥିବା ଅବସ୍ଥାରେ ହତ୍ୟା କରିଥିଲେ । ପରେ ରାଣୀ ଶୁକଦେଈ ନିଜେ ପ୍ରତିଶୋଧ ନେବାକୁ ଯାଇ ଯୁଦ୍ଧକ୍ଷେତ୍ରକୁ ଅବତୀର୍ଣ୍ଣ ହୋଇ ଖୋର୍ଦ୍ଧା ରାଜାଙ୍କୁ ପରାସ୍ତ କରି ବାଙ୍କୀଗଡ଼କୁ ବନ୍ଦୀ କରି ଆଣିଥିଲେ । କିନ୍ତୁ ରାଣୀ ଶୁକଦେଈ ଦୟା, କ୍ଷମା, ସହନଶୀଳତାର ମୂର୍ତ୍ତିବନ୍ତ ପ୍ରତୀକ ଭାବେ ତାଙ୍କୁ କ୍ଷମା ଦେଇଥିଲେ । ଏହା ହିଁ  ବାଙ୍କୀ ରାଣୀଙ୍କର ମହତ୍ତ୍ଵ, ଯାହାକି ସାରା ବିଶ୍ୱରେ ବିରଳ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ବାଙ୍କୀ ରାଜାଙ୍କ ଦାୟାଦ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବୀରା ରାଣୀ ଶୁକଦେଈ ସ୍ମୃତି ପରିଷଦର ସଂପାଦକ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦେଇ ରାଣୀଙ୍କ ଯୁଦ୍ଧ ଇତିହାସ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ କ୍ୟାପଟେନ୍ ଗୁରୁବାରୀ ସାହୁ, କୁମରବର ପ୍ରଧାନ, ସୁବାସ ଚନ୍ଦ୍ର ପ୍ରହରାଜ ପ୍ରମୁଖ ବହୁ ଅତିଥି ଯୋଗଦେଇ ରାଣୀଙ୍କ ସ୍ମୃତିଚାରଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories