www.samajalive.in
Thursday, December 11, 2025
13.1 C
Bhubaneswar

ଡାକ୍ତରଙ୍କ ଘରୁ ସଶସ୍ତ୍ର ଡକାୟତି

ଇନ୍ଦ୍ରାବତୀ: ଇନ୍ଦ୍ରାବତୀ ପ୍ରକଳ୍ପ ଡ଼ାକ୍ତରଖାନାରେ କାର୍ଯ୍ୟରତ ଡ଼ାକ୍ତର ପ୍ରଦୀପ୍ତକୁମାର ପ୍ରହରାଜଙ୍କ ସରକାରୀ ବସଭାବନରୁ ଗତ ଶୁକ୍ରବାର ରାତିରେ ସଶସ୍ତ୍ର ଡ଼କାୟତି ହୋଇଛି। ରାତି ପ୍ରାୟ ୧୧.୨୦ରେ ୪ ଜଣ ଡ଼କାୟତ ରୋଗୀ ବେଶରେ ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟଦପ୍ତ ଖାତିଗୁଡ଼ା କଲୋନୀର ଡ଼ଃ ପ୍ରହରାଜଙ୍କ ସରକାରୀ ବାସଭବନ (ଘର ନଂ. ଡ଼ି-୩୦)କୁ ଚିକିତ୍ସା ବାହାନାରେ ଆସି ଏହି କାଣ୍ଡ ଘଟାଇଛନ୍ତି। ଏହି ଦୁର୍ବୃତମାନେ କଲିଂ ବେଲ୍‍ ମାରି ଡ଼ାକିବାରୁ ଡ଼ଃ ପ୍ରହରାଜ କବାଟ ଖୋଲିଥିଲେ। ଅତର୍କିତ ଭାବେ ଏମାନେ ଡ଼ଃ ପ୍ରହରାଜଙ୍କୁ ଆକ୍ରମଣ କରି ଭୁଜାଲି, ଛୁରି ଦେଖାଇ ଭୟଭୀତ କରିବା ପରେ ଘରେ ଥିବା ଟଙ୍କା, ସୁନା ରୁପା ମୋବାଇଲ ଦେଇ ଦେବାକୁ ଧମକ ଦେଇଥିଲେ। ଡ଼ଃ ପ୍ରହରାଜଙ୍କ ପତ୍ନୀ ପ୍ରେମାଞ୍ଜଳି ପତି ଭୟଭୀତ ହୋଇ ପିନ୍ଧିଥିବା ସ୍ୱର୍ଣ୍ଣ ଅଳଙ୍କାର ଦେହରୁ କାଢ଼ି ଦେଇ ଦେଇଥିଲେ। ଆଲମିରା ଖୋଲ ବୋଲି ଧମକ ଦେବାରୁ ଆଲମିରା ମଧ୍ୟରେ ଥିବା ସ୍ୱର୍ଣ୍ଣାଳଙ୍କାର, ନଗଦ ୪୦ ହଜାର ୫୦୦ ଟଙ୍କା ଏବଂ ୪ଟି ମୋବାଇଲ ଫୋନ ଦୁର୍ବୃତମାନେ ଲୁଟି ଚାଲି ଯାଇଥିଲେ। ଡ଼ଃ ପ୍ରହରାଜ ତୁରନ୍ତ ଖାତିଗୁଡ଼ା ପୁଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଶନିବାର ପୂର୍ବାହ୍ନ ୧୦ଟାରେ ଇନ୍ଦ୍ରାବତୀ ନାଗରିକ ମଞ୍ଚ ପ୍ରତିନିଧି ମଣ୍ଡଳ ଖାତିଗୁଡ଼ା ଥାନାରେ ପହଞ୍ଚି ବିଭାଗୀୟ
ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ପାପଡ଼ାହାଣ୍ଡି ପୁଲିସ ଏସ୍‍ଡ଼ିପିଓ ବିଜୟକୁମାର ନାୟକ, ଖାତିଗୁଡ଼ା ଥାନା ଅଧିକାରୀ ସୁବାସଚନ୍ଦ୍ର ବେହେରା ସନ୍ଧାନୀ କୁକୁର ସହ ଡ଼ଃ ପ୍ରହରାଜଙ୍କ ସରକାରୀ ଘରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମାତ୍ର ୧୫ରୁ୨୦ ମିନିଟ ମଧ୍ୟରେ ଡ଼କାୟତମାନେ ଏତେ ବଡ଼ କାଣ୍ଡ ଘଟାଇ ଗାଡ଼ିରେ ଚାଲି ଯାଇଥିବା କୁହାଯାଉଛି। ଚାରି ଡ଼କାୟତଙ୍କ ମଧ୍ୟରୁ ୨ଜଣଙ୍କ ମୁହଁ ଆବୃତ ଥିବା ବେଳେ ଅନ୍ୟ ଦୁଇଜଣଙ୍କ ମୁହଁ ଖୋଲା ଥିବା ଡାକ୍ତର କହିଛନ୍ତି। ସେମାନେ ସ୍ଥାନୀୟ ଦେଶୀଆ ଭାଷାରେ କଥା ହେଉଥିବା ସହ ମଦ୍ୟପାନ କରିଥିବା ଡ଼ାକ୍ତର ସୂଚନା ଦେଇଛନ୍ତି। ଡ଼ାକ୍ତରଙ୍କ ପତ୍ନୀ ପିନ୍ଧିଥିବା ରୁପା ପାଉଁଜିକୁ ମଧ୍ୟ ଦୁର୍ବୃତ୍ତମାନେ ଛଡ଼ାଇ ନେଇ ଯାଇଛନ୍ତି। ଖାତିଗୁଡ଼ା ଥାନାରେ କେସ୍‍ ନଂ. ୨/୨୦୧୯ ଅନୁଯାୟୀ ମାମଲା ରୁଜୁ ହୋଇଛି। ଡ଼ାକ୍ତରଙ୍କ ଘରେ ସଶସ୍ତ୍ର ଡ଼କାୟତି ଘଟଣା ପରେ ଇନ୍ଦ୍ରାବତୀ ପ୍ରକଳ୍ପ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଗତ କିଛିଦିନ ଧରି ସ୍ଥାନୀୟ ଅଞ୍ଚଳରେ ଚୋରି, ରାହାଜାନୀ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ବିପଥଗାମୀ ଯୁବଗୋଷ୍ଠୀ ପ୍ରଚୁର ମଦ୍ୟପାନ କରି ଦ୍ରୁତ ଗତିରେ ଗାଡ଼ି ଚଳାଇ କଲୋନୀବାସୀଙ୍କୁ ଭୟଭୀତ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି। ଇନ୍ଦ୍ରାବତୀ ମହାବିଦ୍ୟାଳୟ, ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିପଥଗାମୀ ଯୁବଗୋଷ୍ଠୀଙ୍କ ପ୍ରାଦୃର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ଜନସାଧାରଣ ତଥା ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
ଡାକ୍ତରଙ୍କ ଘରୁ…

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories