www.samajalive.in
Tuesday, December 9, 2025
16.1 C
Bhubaneswar

ରବିବାର ରାଶିଫଳ

ମେଷ: ଲକ୍ଷ୍ୟ ହାସଲ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଖର୍ଚ୍ଚ ବୃଦ୍ଧି ହେବାର ସୂଚନା ମିଳୁଛି। ମଧୁର ବଚନ କହି ଲୋକ ସମର୍ଥନ ପାଇପାରନ୍ତି। ଚକ୍ଷୁପୀଡ଼ା ଉପୁଜି ପାରେ। ରାଜଯୋଗ ଅଛି।
ବୃଷ: ମୂଲ୍ୟବାନ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ। ଲୋକ ପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ନିଜ ବନ୍ଧୁଙ୍କ ସହିତ ସଂଯୁକ୍ତ ହେବେ। ବୁଦ୍ଧିମାନ ହେବେ। ବିଚକ୍ଷଣ ହୋଇପାରନ୍ତି।
ମିଥୁନ: ଚାହୁଁଥିବା ସାହାଯ୍ୟ ମିଳିପାରେ। ଆପଣଙ୍କ ପରିଶ୍ରମର ମୂଲ୍ୟାଙ୍କନ ହୋଇପାରେ। ନିଜ ପରିବାରର ମୁଖ୍ୟ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ।
କର୍କଟ: ଦୂରଯାତ୍ରା ପାଇଁ ସୁଯୋଗ ମିଳିବ। ଭାଗ୍ୟଶାଳୀ ହେବେ। ଆଇନଜୀବୀମାନେ ବିଚାରାଳୟର ଅଙ୍ଗ ସଦୃଶ କାର୍ୟ୍ୟ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ସିଂହ: ମାନସିକ ସ୍ତରରେ ଚାପର ସମ୍ମୁଖୀନ ହୋଇପାରନ୍ତି। ଧନକ୍ଷୟ ହେବାର ସମ୍ଭାବନା ଅଛି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହିତ ଚଳିବାକୁ ପଡ଼ିବ।
କନ୍ୟା: ଭ୍ରାତୃ ବିବାଦକୁ ସହଜରେ ସମାଧାନ କରିବାରେ ସକ୍ଷମ ହେବେ। ସାମୟିକ ଭାବେ ଭୟାତୁର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବ ଜାଗ୍ରତ ହେବ। ଶାନ୍ତ ଓ ଧୈର୍ୟ୍ୟବାନ୍‍ ହୋଇପାରନ୍ତି। ପତ୍ନୀଙ୍କ କଥାରେ ପରିଚାଳିତ ହେବେ।
ତୁଳା: ନିଜ କର୍ମରେ ଛନ୍ଦି ହୋଇ ପଡ଼ିବେ। ଶତ୍ରୁକୁ ଭୟ କଲେ ବି ବିହିତ ପଦକ୍ଷେପ ନେଇ ଶତ୍ରୁ ହନ୍ତା ହେବେ। ଭାଇମାନଙ୍କ ପ୍ରତି ସ୍ନେହଭାବ ଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଭାଇଙ୍କ ସହଯୋଗ ମିଳିବ। ଚାକିରିରେ ସୁନାମ ଅର୍ଜନ କରିପାରନ୍ତି।
ବିଛା: ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭ ହୋଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ଉତ୍ତମ ବ୍ୟକ୍ତିତ୍ୱ ଓ ତେଜସ୍ୱୀ ହେବେ।
ଧନୁ: ଆଶା ଫଳବତୀ ହେବ। ଉଦାର ସ୍ୱଭାବର ଚରିତ୍ରବାନ୍‍ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। କୃଷି ଉପରେ ଗୁରୁତ୍ୱ ଦେବେ। ଜଳ ପ୍ରତି ଆଦର ଓ ବୁଦ୍ଧିମାନ୍‍ ହେବେ।
ମକର: ନିର୍ବିକାର ଭାବେ କାର୍ୟ୍ୟ କଲେ ସଫଳ ହେବେ। ଉଚ୍ଚ ସମ୍ମାନ ଲାଭ କରିବେ। ମନ ପ୍ରସନ୍ନ ରହିବ। ଆସ୍ତିକ ବ୍ୟକ୍ତିଭାବେ ପରିଗଣିତ ହେବେ। ମୃଦୁଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କ ଠାରୁ ଆଦର ମିଳିବ।
କୁମ୍ଭ: ଆୟରେ ଉନ୍ନତି ଘଟିବ। କୌଣସି କାରଣରୁ ମନରେ ଉଦ୍‍ବେଗ ଜାତ ହୋଇପାରେ। ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ଭାବେ ବିବେଚିତ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତି ପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିିଳିବ।
ମୀନ: ମା’ଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି। ଶକ୍ତିମାନ୍‍ ହେବେ। ମନୋବଳ ଦୃଢ଼ ହେବ। ଐଶ୍ୱର୍ୟ୍ୟଯୁକ୍ତ ହେବେ। ରୋଜଗାର ଊଣା ହେବ ନାହିଁ। ମାଲିମୋକଦ୍ଦମାରେ ଜିଣିବା ସହିତ ଧନଲାଭର ସୂଚନା ମିଳୁଛି। ଲୋକପ୍ରିୟ ଓ ସାମାଜିକ ଗୌରବ ପାଇବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories