www.samajalive.in
Thursday, December 11, 2025
13.1 C
Bhubaneswar

ଜୟପୁର-ନବରଙ୍ଗପୁର ନୂତନରେଳପଥ ଘୋଷଣାକୁ ବିଜେପିର ସ୍ୱାଗତ

ନବରଙ୍ଗପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ  ଅବସରରେ  ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜୟପୁର- ନବରଙ୍ଗପୁର ନୂତନ ରେଳ ପ୍ରକଳ୍ପ ର ଶିଳାନ୍ୟାସ କୁ ଜିଲା ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି ।ଏହି ଅବସରରେ ସଂନ୍ଧ୍ୟରେ  ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀଙ୍କ ସମେତ ବିଜେପିର ବହୁକର୍ମୀ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବି ମା’ ଭଣ୍ଡାର ଘରଣୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନକରି ମୋଦିଜୀଙ୍କ ଦୀର୍ଘାୟୁ କାମନା କରିବାସହ ମନ୍ଦିର ସମ୍ମୁଖରେ ବାଣ ଫୁଟାଇ ମିଠା ବଣ୍ଟନ କରି ଖୁସି ବ୍ୟକ୍ତ କରିଥିଲେ ।

ଆଜି  ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଭୁବନେଶ୍ୱର ଠାରେ ଅନୁଷ୍ଠିତ ସୁଭଦ୍ରା ଯୋଜନାର ଶୁଭଦଘାଟନୀ ଉତ୍ସବ ଓ ବିଭିନ୍ନ ନୂତନ ଓ ସମ୍ପ୍ରସାରଣ ରେଳ ଯୋଜନା ଗୁଡିକର ଭିଡିଓ କନଫ୍ରେସିଂ ମାଧ୍ୟମରେ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଯୋଜନା ଗୁଡିକର ଶୁଭାରମ୍ଭ କରିଥିଲେ।

- Advertisement -

ଏହି ରେଳ ପ୍ରକଳ୍ପ ମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲାବାସୀଙ୍କ ବହୁ ପ୍ରତିକ୍ଷୀତ ଜୟପୁର- ନବରଙ୍ଗପୁର ରେଳ ପ୍ରକଳ୍ପର ଶିଳାନ୍ୟାସ ଆଜି ପ୍ରଧାନମନ୍ତ୍ରୀଙ୍କ  ହୋଇଥିଲା । ବହୁ ବର୍ଷଧରୀ ଅଟକି ରହିଥିବା ଏହି ପ୍ରକଳ୍ପ ର ଶିଳାନ୍ୟାସ ଆଜି ପ୍ରଧାନମନ୍ତ୍ରୀ କରିଥିବାରୁ ବିଜେପି କର୍ମୀଙ୍କ ସମେତ ଜିଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।ଏହି ଅବସରରେ ସାଂସଦ ବଳଭଦ୍ର ମାଝୀ ପ୍ରଧାନମନ୍ତ୍ରୀଶ୍ରୀ ମୋଦୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି ।ଏଥିରେ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଫୋଟ ଯାଇଛି । ବାଙ୍କ ବିହାରୀ ବିଷୋୟୀ

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories