ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ଚୋରି
ପାଟଣା : ସାହାରପଡା ତହସିଲ ଅନ୍ତର୍ଗତ ମହ୍ଲାରପଦା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ଗତରାତିରେ ଗୋଟିଏ ବ୍ୟାଟେରୀ ଏବଂ ଗୋଟିଏ ଇନଭର୍ଟର ଚୋରି ହୋଇଛି। ଆଜି ରାଜସ୍ୱ ନୀରିକ୍ଷିକା ଶୁଭଶ୍ରୀ ମୁର୍ମୁ କାର୍ଯ୍ୟାଳୟରେ ପହଞ୍ଚିବା ବେଳକୁ କାର୍ଯ୍ୟାଳୟ କବାଟ ଖୋଲା ଥିଲା। ଚୋର ଚାବି ଭାଙ୍ଗି ଅନ୍ୟତ୍ର ଫୋପାଡ଼ି ଦେଇଥିବା ସୁଚନା ମିଳିଛି। କାର୍ଯ୍ୟାଳୟରେ ବ୍ୟାଟେରୀ ଓ ଇନଭର୍ଟର ନଥିବା ଦେଖି ଆରଆଇ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
Comments are closed.