www.samajalive.in
Wednesday, December 10, 2025
16.1 C
Bhubaneswar

ଦ୍ୱାଦଶ ବିଶ୍ୱକର୍ମା ମହୋତ୍ସବ ଉଦ୍‌‌ଘାଟିତ: ମହୋତ୍ସବ ମାଧ୍ୟମରେ ଅଞ୍ଚଳର କଳା, ସଂସ୍କୃତି ଓ ଭାଇଚାରା ଉଜ୍ଜିବିତ ହୁଏ

ପିପିଲି:ପିପିଲିର ସିଦେ୍ଧଶ୍ୱର ଦେବ ରାଜମିସ୍ତ୍ରୀ ସଂଘ ପକ୍ଷରୁ ସ୍ଥାନୀୟ ଜୟପୁର ଛକ ଠାରେ ଦୁଇଦିନିଆ ଦ୍ୱାଦଶ ବିଶ୍ୱକର୍ମା ମହୋତ୍ସବ-୨୦୨୪ ସମାରୋହରେ ଉଦ୍‌‌ଘାଟିତ ହୋଇଯାଇଛି। ଏହି ଅବସରରେ ୧୨ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ “ପିପିଲି ବିଶ୍ୱକର୍ମା ମେଧା ସମ୍ମାନ-୨୦୨୪’ରେ ସମ୍ମାନିତ କରାଯାଇଥିଲା।

ସିଦ୍ଧେଶ୍ୱର ଦେବ ରାଜମିସ୍ତ୍ରୀ ସଂଘର ଉପଦେଷ୍ଠା ସମାଜସେବୀ ପ୍ରଫୁଲ୍ଳ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌‌ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ, ଡାଲମିଆ ସିମେଣ୍ଟ କଂପାନୀର ଅଧିକାରୀ ଶିବରାମ ନାୟକ, କ୍ୟାପ୍‌‌ଟେନ୍‌‌ ଷ୍ଟିଲ ଇଣ୍ଡିଆ ଲିମିଟେଡ୍‌‌ର ଅଧିକାରୀ ଅବିନାଶ ମିଶ୍ର, ବରିଷ୍ଟ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ନାୟକ, ସମାଜସେବୀ ଗୁଣନିଧି ପ୍ରଧାନ, ସାଗର ସିମେଣ୍ଟ କଂପାନୀର ଅଧିକାରୀ ଶୈଳେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଦେଶର ନିର୍ମାଣ କ୍ଷେତ୍ରରେ ରାଜମିସ୍ତ୍ରୀଙ୍କ ଅବଦାନ ସଂପର୍କରେ ଆଲୋକପାତ କରିବା ସହ ସେମାନଙ୍କୁ ଆଧୁନିକ ଯୁଗର ବିଶ୍ୱକର୍ମା ରୂପେ ବର୍ଣ୍ଣନା କରିଥିଲେ।

- Advertisement -

ମହୋତ୍ସବ ମାଧ୍ୟମରେ ଅଞ୍ଚଳର କଳା, ସଂସ୍କୃତି ଓ ଭାଇଚାରା ଉଜ୍ଜିବିତ ହୁଏ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ରାଜମିସ୍ତ୍ରୀଙ୍କ ସାମାଜିକ ସୁରକ୍ଷା, ଆର୍ଥିକ ଅଭିବୃଦ୍ଧି, ସମ୍ମାନ ଓ ଏକତା ପାଇଁ ସଂଘ ସର୍ବଦା ଉଦ୍ୟମ ଜାରି ରଖିଥିବା ସଂପର୍କରେ ସଂଘର ସଭାପତି ମହେନ୍ଦ୍ର କୁମାର ମାଝୀ ପ୍ରକାଶ କରିଥିଲେ। ସଂପାଦକ ବିନୋଦ କୁମାର ବେହେରା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବରିଷ୍ଠ ସଦସ୍ୟ ପର୍ଶୁରାମ ସେଠୀ ଅତିଥି ପରିଚୟ ଓ ରାମଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରେ ଗତ ମାଟ୍ରିକ ପରୀକ୍ଷାରେ ପିପିଲି ବ୍ଲକର ୧୨ଟି ବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସଂବର୍ଦ୍ଧିତ କରାଯାଇଥିଲା। ଏଥିସହ ଅଞ୍ଚଳର କେତେକ ବରିଷ୍ଟ ଶିକ୍ଷାବିତ୍‌‌ଙ୍କ ସମେତ ସଫଳ କୃଷିବିତ୍‌‌, ସମାଜସେବୀ, ସ୍ୱାସ୍ଥ୍ୟସେବୀ, ଯୁବ ସଂଗଠକଙ୍କୁ “ପିପିଲି ବିଶ୍ୱକର୍ମା ସେବା ସମ୍ମାନ-୨୦୨୪’ ସଂବର୍ଦ୍ଧିତ କରାଯାଇଥିଲା। ପରେ ମଙ୍ଗଳପୁର ବଧି ସ୍ଥିତ ମା’ ବୀଣାକେଶ୍ୱରୀ ନୃତ୍ୟ ମଞ୍ଜରୀର କଳାକାରଙ୍କ ଦ୍ୱାରା ଚିତ୍ତାକର୍ଷକ ଓଡିଶୀ, ସମ୍ବଲପୁରୀ ଓ ଲୋକନୃତ୍ୟ ଆଦି ପରିବେଷଣ କରାଯାଇଥିବା ବେଳେ ନୂଆଶାସନ ଗ୍ରାମର ମ୍ୟାଜିକ୍‌‌ସିଆନ୍‌‌ ବିଶ୍ୱରଞ୍ଜନ ସାହୁ ମ୍ୟାଜିକ୍‌‌ ପରିବେଷଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories