www.samajalive.in
Sunday, December 7, 2025
26.1 C
Bhubaneswar

ଭିଡିଓରେ ଦେଖନ୍ତୁ ; ‘ବନ୍ଦେ ଭାରତ’କୁ ସବୁଜ ପତାକା ଦେଖାଇବା ସମୟରେ ଧାରଣାକୁ ଖସି ପଡିଲେ ବିଜେପି ବିଧାୟିକା ..

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଇଟାବାରୁ ଭାରତୀୟ ଜନତା ପାର୍ଟି (ବିଜେପି)ର ବିଧାୟିକା ସରିତା ଭଦୁରିଆ ସୋମବାର ରେଳ ଧାରଣାକୁ ଖସି ପଡିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ସଠିକ୍‌ ସମୟ ଓ ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରେନକୁ ଅଟକାଇଥିଲେ । ଯାଦ୍ୱାରା ତାଙ୍କର ଜୀବନ ବଞ୍ଚି ଯାଇଥିଲା ।


ସୂଚନାନୁଯାୟୀ, ଆଗ୍ରା-ବାରାଣସୀ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇବା ସମୟରେ ହିଁ ହଠାତ୍‌ ରେଳ ଧାରଣାକୁ ଖସି ପଡିଥିଲେ । ଟ୍ରେନଟି ସୋମବାର ସନ୍ଧ୍ୟା ପ୍ରାୟ ୬ଟାରେ ପ୍ଲାର୍ଟଫର୍ମରେ ପହଞ୍ଚିବା ପରେ ହିଁ ଏଭଳି ଘଟଣା ଘଟିଥିଲା । ସେହି ସମୟରେ ପ୍ଲାର୍ଟଫର୍ମରେ ଲୋକଙ୍କ ଭିଡ ଜମି ଥିଲା ।
ସୋସିଆଲ ମିଡିଆରେ ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ୬୧ ବର୍ଷୀୟ ବିଜେପି ବିଧାୟିକା ସରିତା ଭଦୁରିଆ ସବୁଜ ପତାକା ଧରି ଅନେକ ଲୋକଙ୍କ ସହ ପ୍ଲାର୍ଟଫର୍ମରେ ଠିଆ ହୋଇଥିଲେ । ଲୋକେ ପାଇଲଟ୍‌ ଟ୍ରେନ୍‌ ଚଲାଇବା ପାଇଁ ହର୍ଣ୍ଣ ବଜାଇବା ମାତ୍ରେ ବିଧାୟିକା ସରିତା ସବୁଜ ପତାକା ଦେଖାଇ ଆଗକୁ ଯାଇଥିଲେ । ସେହି ସମୟରେ ଭିଡ କାରଣରୁ ପ୍ଲାର୍ଟଫର୍ମରୁୁ ତଳକୁ ଧାରଣାରେ ଟ୍ରେନ୍‌ ଆଗକୁ ଖସି ପଡିଥିଲେ । ସେଠାରେ ଉପସ୍ଥିତ ଥିବା ନେତା ଓ ଅନ୍ୟ ଲୋକେ ତୁରନ୍ତ ଲୋକେ ପାଇଲଟଙ୍କୁ ଜଣାଇବା ସହ ଟ୍ରେନକୁ ଅଟକାଇ ଥିଲେ । ଫଳରେ ବଡ ଅଘଟଣ ଟଳି ଯାଇଥିଲା । ମାତ୍ର ଆହତ ଅବସ୍ଥାରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

୩୦ ବର୍ଷ ପରେ ; ଏହି ରାଜଯୋଗ ପାଇଁ ୫ ରାଶିଙ୍କ ଉପରେ ହେବ ଧନବର୍ଷା, ଖୋଲିବ ଭାଗ୍ୟର ଦ୍ୱାର, ହେବେ ଭାଗ୍ୟଶାଳୀ..

- Advertisement -

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories