www.samajalive.in
Monday, December 8, 2025
24.1 C
Bhubaneswar

ରେଲଓ୍ବେ ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ

କେନ୍ଦୁଝର ସଦର: ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ମଣ୍ଡଳର କେନ୍ଦୁଝରଗଡ଼ ସବୁବେଳେ ରେଳଓ୍ବେ ତରଫରୁ ଉପେକ୍ଷିତ ହୋଇ ଆସୁଛି। କେନ୍ଦୁଝର ଜିଲାର ରେଳବାଇର ଉଭୟ ପୂର୍ବତଟ ଓ ଦକ୍ଷିଣ ପୂର୍ବ ରେଳପଥ ଭରପୁର ରାଜସ୍ବ ପାଉଥିଲେ ମଧ୍ୟ ଜିଲାବାସୀଙ୍କୁ ଉପଯୁକ୍ତ ରେଳସେବା ମିଳି ପାରୁନାହିଁ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରବିବାର କେନ୍ଦୁଝର ଦେଇ ବ୍ରହ୍ମପୁର-ଟାଟା ନଗର ବନ୍ଦେ ଭାରତ ଟ୍ରେନ ଚଳାଚଳ ପାଇଁ ଶୁଭ ଉଦଘାଟନ ହେଉଥିଲେ ମଧ୍ୟ ବାରମ୍ବାର ସମୟ ପରିବର୍ତ୍ତନ ଯୋଗୁଁଁ ଯାତ୍ରୀଙ୍କ ମନରେ ଅସନ୍ତୁଷ୍ଟ ଭରି ଦେଇଛି। କାରଣ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ତଥା ନିଜ ସହରର ଲୋକମାନେ ଭୁବନେଶ୍ୱର ଯାଇ ଅଫିସ କାମ କରିବାକୁ କୌଣସି ନିର୍ଦ୍ଦିଷ୍ଟ ଟ୍ରେନ ନାହିଁ। କେନ୍ଦୁଝର-ଖୋର୍ଦ୍ଧା ରୋଡ଼ ମେମୁ ଟ୍ରେନ ସକାଳ ୬.୩୦ମିନିଟରେ ଛାଡ଼ୁଥିଲେ ମଧ୍ୟ ଅହେତୁକ ବିଳମ୍ବ ହୋଇ ଦିନ ୧୨ଟା ପରେ ପହଞ୍ଚିଥାଏ। ଏହାର ଦୀର୍ଘ ୭ ଘଣ୍ଟାପରେ ବଡ଼ବିଲ ପୁରୀ ଟ୍ରେନ ଅପରାହ୍ନ ୦୧.୩୫ ମିନିଟରେ କେନ୍ଦୁଝରରୁ ଭୁବନେଶ୍ୱର ଅଭିମୁଖେ ବାହାରି ସନ୍ଧ୍ୟାରେ ଭୁବନେଶ୍ୱର ଓ ବିଳମ୍ବିତ ରାତ୍ରିରେ ପୁରୀରେ ପହଞ୍ଚିଥାଏ। ଫଳରେ କେନ୍ଦୁଝରବାସୀ ଅଫିସ କାମ ପାଇଁ ବିଭିନ୍ନ ହୋଟେଲ, ଲଜ୍ କିମ୍ବା ଧର୍ମଶାଳାରେ ରାତି ବିତାଇ ପରଦିନ ରାଜଧାନୀରେ ଅଫିସ କାର୍ଯ୍ୟ କିମ୍ବା ପୁରୀରେ ନିଜ ଆରାଧ୍ୟ ଠାକୁର ଜଗାଙ୍କୁ ଦର୍ଶନ କରିଥାନ୍ତି।ଅନୁରୂପ ଭାବେ କେନ୍ଦୁଝର ବାସୀ କଲିକତା ସହିତ ବାଣିଜ୍ୟ ଓ ଉଡାଯାହାଜ ଯାତ୍ରା ପାଇଁ ପୂର୍ଣ୍ଣ ନିର୍ଭରଶୀଳ ଥିଲେ ମଧ୍ୟ କେନ୍ଦୁଝରରୁ କଲିକତାକୁ ରେଳସେବା ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୁଖ୍ୟମନ୍ତ୍ରୀ, ପ୍ରଧାନ ମନ୍ତ୍ରୀ ଓ ରେଳମନ୍ତ୍ରୀ ସମସ୍ୟାକୁ ଅନୁଧ୍ୟାନ କରି ତୁରନ୍ତ କେନ୍ଦୁଝରରୁ ଭୁବନେଶ୍ୱର ଦେଇ ପୁରୀକୁ ସକାଳ ୧୦ ଘଟିକା ସୁଧା ପହଞ୍ଚି ପାରୁଥିବା ଏକ ଦ୍ରୁତଗାମୀ ଟ୍ରେନ ସହିତ ବାଂଶପାଣିରୁ କେନ୍ଦୁଝର ଦେଇ କଲିକତାକୁ ଅନ୍ୟ ଏକ ଦ୍ରୁତଗାମୀ ପାସେଞ୍ଜର ଟ୍ରେନ ଚଳାଇବାର ବ୍ୟବସ୍ଥା କରି ଯାତ୍ରୀଙ୍କୁ ଉପଯୁକ୍ତ ରେଳସେବା ଯୋଗାଇ ଦେବାକୁ ଯୁବ ଓ ଶ୍ରମ ବିକାଶ ମଞ୍ଚର ସଭାପତି ରଞ୍ଜନ କୁମାର ବେହେରାଙ୍କ ସମେତ ଉପ ସଭାପତି ସୁରେଶ ଚନ୍ଦ୍ର ପଲେଇ ଦାବି କରିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories