କଟକ ଏସସିବି ମେଡିକାଲ କଲେଜରେ ଆରମ୍ଭ ହେବ ପିଏଚଡି ପାଠ୍ୟକ୍ରମ
କଟକ:କଟକ ଏସସିବି ମେଡିକାଲ କଲେଜରେ ଆରମ୍ଭ ହେବ ପିଏଚଡି ପାଠ୍ୟକ୍ରମ। ପ୍ରଥମେ ହେମାଟୋଲୋଜି ବିଭାଗକୁ ସେଣ୍ଟର ଫର ଏକ୍ସିଲାନସି ର ମାନ୍ୟତା ଦିଆଯାଇ ପିଏଚଡି ପାଠ୍ୟକ୍ରମ ଆରମ୍ଭ କରାଯିବାକୁ ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ । ଏସସିବି ପରିସରରେ ୧୪ତମ ହେମାଟୋଲୋଜି କଂଗ୍ରେସ ର କାର୍ଯ୍ୟକ୍ରମ ରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ଏଭଳି ପିଏଚଡି ପାଠ୍ୟକ୍ରମରେ ଏହା ଓଡିଶାର ପ୍ରଥମ ପିଏଚଡି କାର୍ଯ୍ୟକ୍ରମ। ଏ ନେଇ ଓଡିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ମାନସ ସାହୁ ଏକ ସମ୍ମାନଜନକ ପ୍ରମାଣ ପତ୍ର ବିଭାଗୀୟ ମୁଖ୍ୟଙ୍କୁ ପ୍ରଦାନ କରିଛନ୍ତି।
Comments are closed.