www.samajalive.in
Friday, December 5, 2025
23.1 C
Bhubaneswar

କଳା ସୂତା ବାନ୍ଧିବାର ନିୟମ, ଶରୀରର କେଉଁ ଅଙ୍ଗରେ ବାନ୍ଧିବେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଆଜିକାଲି ପାଦରେ କଳା ସୂତା ବାନ୍ଧିବାର ଟ୍ରେଣ୍ଡ ବହୁତ ବଢିଯାଇଛି। ଆପଣ ଅନେକ ମହିଳା, ଯୁବକ ଓ ଯୁବତୀଙ୍କୁ ପାଦ କିମ୍ବା ହାତରେ ପତଳା କଳା ସୂତା ବାନ୍ଧିଥିବା ଦେଖିଥିବେ। ତେବେ କିଛି ଲୋକ ଏହାକୁ ଅଜାଣତରେ ଫ୍ୟାସନ ଭାବେ ବାନ୍ଧିବାରେ ଲାଗିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ପାଦରେ କଳା ସୂତା ବାନ୍ଧିବା ଠିକ୍‌‌ କି ନାହିଁ। ହିନ୍ଦୁ ରୀତି ଅନୁସାରେ ଶରୀରର କେଉଁ ଅଙ୍ଗରେ କଳା ସୂତା ବାନ୍ଧିଲେ ତାହା ଆପଣଙ୍କ ପାଇଁ ଶୁଭ ହେବ ଚାଲନ୍ତୁ ଜାଣିବା . . .
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପାଦରେ କଳା ସୂତା ବାନ୍ଧିବା ଆଦୌ ଠିକ୍‌‌ ନୁହେଁ। ଅନେକ ଲୋକ ପାଦରେ କଳା ସୂତା ବାନ୍ଧୁଛନ୍ତି କିନ୍ତୁ ଏପରି କରିବାଠାରୁ ଦୂରେଇ ରୁହନ୍ତୁ। ହିନ୍ଦୁ ଧର୍ମରେ କଳା ସୂତାକୁ ରକ୍ଷା ସୂତ୍ର ବୋଲି ବିବେଚନା କରାଯାଏ। ଐଭଳି କ୍ଷେତ୍ରରେ କଳା ସୂତାକୁ ପାଦରେ ବାନ୍ଧିବା ଅଶୁଭ ହୋଇଥାଏ। ଏହାଦ୍ୱାରା ନକାରାତ୍ମକ ଶକ୍ତି କମିବା ପରିବର୍ତ୍ତେ ବୃଦ୍ଧି ପାଇଥାଏ। ଗୋଡରେ କଳା ସୂତା ବାନ୍ଧିଲେ ଶନିଙ୍କ ଖରାପ ପ୍ରଭାବ ପଡ଼ିଥାଏ। ଏହାସହିତ ବେକରେ କଳା ସୂତା ଖାଲି ବାନ୍ଧନ୍ତୁ ନାହିଁ, ଯେକୌଣସି ପ୍ରକାର ରୂପାର କିମ୍ବା ରତ୍ନପଥର ଲକେଟ୍‌‌ ପକାଇ ପିନ୍ଧନ୍ତୁ।
ଜ୍ୟୋତିଷଙ୍କ ମତରେ ପାଦ ବଦଳରେ ଅଣ୍ଟାରେ କଳା ସୂତା ବାନ୍ଧିବା ଅତ୍ୟନ୍ତ ଶୁଭଦାୟକ। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଅଣ୍ଟାରେ କଳା ସୂତା ପିନ୍ଧୁଥିଲେ ବୋଲି କୁହାଯାଏ। ଅଣ୍ଟାରେ କଳା ସୂତା ବାନ୍ଧିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବା ସହ ରୋଗ ହେବାର ଆଶଙ୍କା କମ୍‌‌ ରହିଥାଏ। ମେରୁଦଣ୍ଡ ମଧ୍ୟ ମଜବୁତ ହେବ। ଯେଉଁମାନଙ୍କର ଶନି ଗ୍ରହ। ତେବେ ବେକରେ ଯଦି କଳା ସୂତା ପିନ୍ଧିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଏହାକୁ ଖନିଦେବଙ୍କ ମୂର୍ତ୍ତିରେ ସ୍ପର୍ଶ କରି ଆଣନ୍ତୁ। ହନୁମାନଙ୍କ ପ୍ରତ୍ତିମୂର୍ତ୍ତରେ ମଧ୍ୟରେ ଅନୁରୂପ ଭାବେ କରିପାରିବେ।
ମହିଳାମାନେ ବାମ ହାତରେ ଓ ପୁରୁଷମାନେ ଡାହାଣ ହାତରେ କଳା ସୂତା ବାନ୍ଧିବା ଉଚିତ୍‌‌। କଳା ସୂତା ବାନ୍ଧିବା ଦ୍ୱାରା ଖରାପ ଦୃଷ୍ଟିରୁ ରକ୍ଷା ପାଇଥାନ୍ତି। ଏହାସହିତ ନକାରାତ୍ମକ ଶକ୍ତିଠାରୁରକ୍ଷା ପାଇବେ। କଳା ସୂତା ପିନ୍ଧିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories