www.samajalive.in
Friday, December 5, 2025
23.1 C
Bhubaneswar

ଖୁବଶୀଘ୍ର ପୃଥିବୀ ଚାରିପଟେ ବୁଲିବ ଦ୍ଵିତୀୟ ଚନ୍ଦ୍ର, ଭିଡିଓରେ ଦେଖନ୍ତୁ କିପରି ରହିବ ସ୍ଥିତି

ସମାଜ ଡିଜିଟାଲ ଡେସ୍କ: ଆମ ଗ୍ରହ ପୃଥିବୀ ଚାରିପଟେ ଗୋଟିଏ ଚନ୍ଦ୍ର ଘୂର୍ଣ୍ଣୟମାନ କରୁଥିବା ସମସ୍ତେ ଜାଣିଛେ। ହେଲେ ଖୁବଶୀଘ୍ର ଆଉ ଏକ ଚନ୍ଦ୍ର ବି ପୃଥିବୀ କକ୍ଷପଥରେ ଘୂର୍ଣ୍ଣନ କରିବ। ଏହା ପୃଥିବୀ ପାଇଁ ହେବ ୨ୟ ଚନ୍ଦ୍ର। ତେବେ ଏହା ଆମ ପାରମ୍ପରିକ ଚନ୍ଦ୍ର ପରି ଆମକୁ ଦୃଶ୍ୟମାନ ହେବ ନାହିଁ ବୋଲି ମହାକାଶ ବିଜ୍ଞାନୀମାନେ କହିଛନ୍ତି।

୨ୟ ଚନ୍ଦ୍ରଟି ମାତ୍ର ୨ ମାସ ପାଇଁ ରହିବ। ତା’ ପରେ ପୃଥିବୀ କକ୍ଷପଥରୁ ଚାଲିଯିବ। ସ୍ପେନ ବିଶ୍ଵବିଦ୍ୟାଳୟର ଗବେଷକ କାର୍ଲୋସ ଏବଂ ରଉଲ ଡି ଲା ଫୁଏଣ୍ଟେ ମାର୍କୋସ କହିଛନ୍ତି ଯେ, ୨୦୨୪ପିଟି୫ ନାମକ ଏକ କ୍ଷୁଦ୍ର ଗ୍ରହ ଗତ ଅଗଷ୍ଟ ୭ ତାରିଖରେ ଆବିଷ୍କୃତ ହୋଇଛି। ଆଷ୍ଟରଏଡ ଟେରେଷ୍ଟ୍ରିଆଲ ଇମ୍ପାକ୍ଟ ଲାଷ୍ଟ ଆଲର୍ଟ ସିଷ୍ଟମ(ଆଟଲାସ) ଦ୍ଵାରା ଏହି ଗ୍ରହକୁ ଆବିଷ୍କାର କରାଯାଇଛି। ଏହି କ୍ଷୁଦ୍ର ଗ୍ରହଟି ବର୍ତ୍ତମାନ ଯେଉଁ ପ୍ରକ୍ଷେପ ପଥ ଦେଇ ଯାତ୍ରା କରୁଛି, ତାହା ଖୁବଶୀଘ୍ର ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ଵାରା ପୃଥିବୀ କକ୍ଷପଥକୁ ଆସିବ। ଏହା ପରେ ପୃଥିବୀ କକ୍ଷପଥରେ ଆସନ୍ତା ସେପ୍ଟେମ୍ବର ୨୯ରୁ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଘୂର୍ଣ୍ଣନ କରିବ। ଗୋଟିଏ ଘୂର୍ଣ୍ଣନ ସମ୍ପୂର୍ଣ୍ଣ କରିବା ପରେ ତାହା ପୃଥିବୀ କକ୍ଷପଥରୁ ବାହାରିଯିବ।

- Advertisement -

ତେବେ ପୃଥିବୀକୁ ୨ଟି ଚନ୍ଦ୍ର ମିଳିବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏପରି ଘଟିଛି ବୋଲି ଦୁଇ ଗବେଷକ କହିଛନ୍ତି। ପ୍ରଥମ ଥର ପାଇଁ ୨୦୦୬ ଜୁଲାଇରେ ଗୋଟିଏ ଛୋଟିଆ ଚନ୍ଦ୍ର ପ୍ରାୟ ୧ ବର୍ଷ ପର୍ଯ୍ୟନ୍ତ ପୃଥିବୀ କକ୍ଷପଥରେ ଘୂର୍ଣ୍ଣନ କରୁଥିବା ଦେଖିବାକୁ ମିଳିଥିଲା ବୋଲି ସେମାନେ କହିଛନ୍ତି। ୨୦୨୦ରେ ମଧ୍ୟ ଅନୁରୂପ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ବୈଜ୍ଞାନିକମାନେ ଏହା ବିଷୟରେ ଅଧିକ ତଥ୍ୟ ହାସଲ କରିପାରି ନ ଥିଲେ।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories