www.samajalive.in
Sunday, December 7, 2025
15.1 C
Bhubaneswar

ନ୍ୟାୟର ଦେବତା ଶନିଦେବ

ଶନିଙ୍କୁ ନ୍ୟାୟର ଦେବତା କୁହାଯାଇଛି। ​‌ସେ ମନୁଷ୍ୟକୁ ତାର କର୍ମ ଅନୁସାରେ ଫଳ ଦେଇଥାଆନ୍ତି। ଏହାସହ ଶନିଙ୍କୁ କୋପର ଦେବତା ମଧ୍ୟ କୁହାଯାଏ। ଏହାସହ ଶନିଦେବ ସମସ୍ତ ମନୁଷ୍ୟଙ୍କ ଉପରେ କ’ଣ ପ୍ରଭାବ ପକାଇ ଥାଆନ୍ତି ତାହା ଜାଣିବା ଉଚିତ। ଶନିଦେବ ଉଭୟ ଶୁଭ ଓ ଅଶୁଭ ଫଳ ପ୍ରଦାନ କରିଥାଆନ୍ତି। ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ ..

ପ୍ରଥମେ ଜାଣନ୍ତୁ, ଶନିଦେବ କାମରେ ବାଧା କ’ଣ ପାଇଁ ସୃଷ୍ଟି କରନ୍ତି ?

- Advertisement -

ଆପଣ ଯଦି ଡେରିରେ ଶୋଉ ଥିବେ ଏବଂ ସକାଳେ ବିଳମ୍ବରେ ଉଠୁଥିବେ।

କୌଣସି ଗରିବ ବ୍ୟକ୍ତିଙ୍କୁ ହଇରାଣ କରୁଥିବେ।

ନିଜ ପିତାମାତାଙ୍କ ଅପମାନ କରୁଥିବେ।

କୌଣସି ବ୍ୟକ୍ତିଙ୍କର ଟଙ୍କା ନେବାକୁ ଇଚ୍ଛା କରୁଥିବେ।

ଅମାବାସ୍ୟାରେ ଆମିଷ ଓ ନିଶାଦ୍ରବ୍ୟ ସେବନ କରୁଥିବେ।

ନିଜ ଘରର ପଶ୍ଚିମ ଦିଗକୁ ଅପରିଷ୍କାର ରଖୁଥିବେ।

ଘରର ପଶ୍ଚିମ ଦିଗରେ ପାଣି ଟାଙ୍କି ରଖୁଥିବେ।

ଘରର ମୁଖ୍ୟଦ୍ବାର ଅପରିଷ୍କାର ରଖୁଥିବେ।

ଅସହାୟ ଲୋକଙ୍କୁ ଅପମାନିତ କରୁଥିବେ।

ଏପରି କରିବା ଦ୍ବାରା ଶନିଦେବ ଆପଣଙ୍କ କାମରେ ବାଧା ଉତ୍ପନ୍ନ କରିଥାଆନ୍ତି।

ଶନିଦେବଙ୍କ ପୂଜାରେ ଏହି ଦିଗ ପ୍ରତି ସାବଧାନ ରୁହନ୍ତୁ :

ନିୟମ ଅନୁଯାୟୀ, ଶନିଦେବଙ୍କ ପୂଜା ସର୍ବଦା ସୂର୍ଯ୍ୟାଦୟ ପୂର୍ବରୁ ଓ ସୂର୍ଯ୍ୟାସ୍ତ ପରେ କରିବା ଉଚିତ।

ଏହାସହ ପୂଜାରେ ସର୍ବଦା ସ୍ନାନ କରି ପରିଷ୍କାର ପୋଷାକ ପରିଧାନ କରିବା ଉଚିତ।

ଶନିଙ୍କ ପୂଜାରେ ସୋରିଷ ତେଲ କିମ୍ବା ରାଶି ତେଲର ଦୀପ ପ୍ରଜ୍ବଳିତ କରିବା ଆବଶ୍ୟକ।

ସର୍ବଦା ଶାନ୍ତ ମନରେ ଶନିଦେବଙ୍କ ପୂଜା କରିବା ଉଚିତ।

ପୂଜାରେ ସର୍ବଦା କଳା କିମ୍ବା ନୀଳ ରଙ୍ଗ ଆସନର ବ୍ୟବହାର କରିବା ଉଚିତ।

ସମ୍ଭବତଃ ଅଶ୍ବତ୍ଥ ବୃକ୍ଷ ମୂଳରେ ଶନିଙ୍କର ପୂଜା କରନ୍ତୁ।

ଚାକିରୀ/ବ୍ୟବସାୟରେ ଲାଭ ପାଇବା ପାଇଁ :

ଚାକିରୀ ବା ବ୍ୟବସାୟରେ ଲାଭ ପାଇବା ପାଇଁ ସୂର୍ଯ୍ୟାସ୍ତ ପରେ ରୁଦ୍ରାକ୍ଷର ୩ଟି ମାଳା ନେଇ ‘ଓଁ ଶଂ ଶନିଶ୍ଚରାୟ ନମଃ’ ମନ୍ତ୍ରକୁ ୪୦ଦିନ ପର୍ଯ୍ୟନ୍ତ ଜପ କରନ୍ତୁ।

ରୋଗରୁ ମୁକ୍ତି ପାଇବାର ଉପାୟ :

ଶନିବାର ଦିନ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠନ୍ତୁ। ତାପରେ ସ୍ନାନ ସାରି ପରିଷ୍କାର ପୋଷାକ ପିନ୍ଧନ୍ତୁ। ଅଶ୍ବତ୍ଥ ବୃକ୍ଷ ମୂଳରେ ରାଶିର ଦୀପ ପ୍ରଜ୍ବଳିତ କରନ୍ତୁ। ଯେକୌଣସି ରୋଗାଗ୍ରସ୍ତ ବ୍ୟକ୍ତିଙ୍କୁ ଔଷଧ ଓ ଭୋଜନ ଦାନ କରନ୍ତୁ। ପ୍ରତିଦିନ ଏକ ଭଲ କାମ କରିବାକୁ ଚେଷ୍ଟା କରନ୍ତୁ।

ଶନିଦେବଙ୍କ ୧୦ଟି ନାମ :

କୋଣସ୍ଥ

ପିଙ୍ଗଳ

ବଭ୍ରୁ

କୃଷ୍ଣ

ରୌଦ୍ରାନ୍ତକ

ଅନ୍ତକ

ଶୌରୀ

ଶନେଶ୍ଚର

ଯମ

ପିପ୍ପଳାଦ

ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ ସାରି ପରିଷ୍କାର ପୋଷାକ ପରିଧାନ କରନ୍ତୁ।

କଳା କିମ୍ବା ନୀଳ ରଙ୍ଗର ଆସନ ଉପରେ ବସି ରାଶିର ତେଲରେ ଦୀପ ପ୍ରଜ୍ବଳିତ କରନ୍ତୁ।

ସର୍ବଦା ପୂଜା ସମୟରେ ପଶ୍ଚିମ ଦିଗକୁ ମୁହଁ କରି ବସନ୍ତୁ।

ତାପରେ ୧୧ଥର ଏହି ମନ୍ତ୍ର ଜପ କରନ୍ତୁ। ଏପରି ୨୭ ଦିନ ପର୍ଯ୍ୟନ୍ତ କରନ୍ତୁ। ନିଜର ସମସ୍ତ ସମସ୍ୟାର ସମାଧାନ ପାଇଁ ଶନିଦେବଙ୍କ ନିକଟରେ ପ୍ରାର୍ଥନା କରନ୍ତୁ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories