www.samajalive.in
Saturday, December 6, 2025
16.1 C
Bhubaneswar

ବଡ଼ଦ୍ୱାର ସାହିରେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ୧ନମ୍ବର ୱାର୍ଡ ବଡ଼ଦ୍ୱାର ସାହିରେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ବଡଦ୍ୱାର ସାହିରେ ପ୍ରାୟ ୬୦୦ଘର ରହିଛି। ଉପର ସାହିରେ ୭୦ଘର ରହିଥିବାବେଳେ ତଳ ସାହିରେ ୫୩୦ଘର ରହିଛି। ପାନୀୟ ଜଳ ସମସ୍ୟା ରହିଥିବାରୁ ବସୁଧା ଯୋଜନାରେ ଏକ ଟାଙ୍କି ନିର୍ମାଣ କରି ପ୍ରତ୍ୟେକ ଘରକୁ ପାଇପ ଲାଇନ ଯୋଗେ ବିଶୁଦ୍ଧ ପାନୀୟ ଜଳ ଦିଆଯାଇଛି। କିନ୍ତୁ ତଳ ସାହିକୁ ସମାନ ଭାବରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉଥିବାବେଳେ ଉପର ସାହିକୁ ସମାନ ଭାବରେ ବିଶୁଦ୍ଧ ପାନୀୟ ଜଳ ଆସୁ ନ ଥିବା ଯୋଗୁଁଁ ସାହି ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ପ୍ରତ୍ୟେକ ଘରକୁ ଦେଇଥିବା ପାଇପ ଲାଇନରେ ସରୁ ଧାରରେ ପାଣି ଆସୁଛି। ପାଇପ ବନ୍ଦ କରିବା ସମୟ ସୀମା ମଧ୍ୟରେ କାହାରିକୁ ପାଣି ଅଣ୍ଟୁନାହିଁ। ସାହିରେ ଥିବା ଷ୍ଟାଣ୍ଡ ପଏଣ୍ଟରୁ କାଳେ ପାଣି ବାହାରିବ ଭାବି ସେହିଠାରେ ମଧ୍ୟ ସମାନ ପରିସ୍ଥିତି ରହିଛି। ଏହାକୁ ନେଇ ସାହିର କାଳିଆମଣି ବିବର, ରବିନ ବିବର, କୁମାର ବିବର, କେଶବ ମହାନନ୍ଦିଆ, କୁମାରୀ ମହାନନ୍ଦିଆ ପ୍ରମୁଖ ପଞ୍ଚାୟତରେ ଅଭିଯୋଗ କରିଥିଲେ। ଏହାକୁ ନେଇ କୌଣସି ପଦକ୍ଷେପ ନ ନେବାରୁ କାଳିଆମଣି ବିବର ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲିଙ୍କୁ ଯୋଗାଯୋଗ କରି ଏ ବିଷୟରେ ପଚାରିଥିଲେ। ଆମ ସ୍ତରରେ କିଛି କରିହେବ ନାହିଁ, ଏହା ଜଳ ଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ ଦ୍ବାରା ହଁ ହୋଇପାରିବ ବୋଲି ସେ କହିଥିଲେ। ଏହାକୁ ନେଇ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ବିଭୁତି ପଣ୍ଡାଙ୍କୁ ଯୋଗାଯୋଗ କରି କହିବାରୁ ବସୁଧା ନିର୍ମାଣ କରିଥିବା ଠିକାଦାରଙ୍କ ସହ କନଫରେନ୍ସ କରି ବାର୍ତ୍ତାଳାପ କରିଥିଲେ। ଠିକାଦାର କହିଥିଲେ ମୋତେ ଅଧିକ କିଛି ଟଙ୍କା ଦେଲେ ଉକ୍ତ କାର୍ଯ୍ୟଟି ସମ୍ପୂର୍ଣ୍ଣ କରିଦେବି ବୋଲି କହିଥିବା ଅଭିଯୋଗକାରୀ କହିଛନ୍ତି। ଉପର ସାହିକୁ ବିଶୁଦ୍ଧ ପାନୀୟ ଜଳ ନ ଆସିଲେ ଆମେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ପଛାଇବୁ ନାହିଁ ବୋଲି ଅଭିଯୋଗକାରୀ କହିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories