www.samajalive.in
Saturday, December 13, 2025
26.1 C
Bhubaneswar

କଲକାତାର ୪୦ ପୂଜା କମିଟିକୁ ଆୟକର ନୋଟିସ;ମୁଖ୍ୟମନ୍ତ୍ରୀ ମମତା କ୍ଷୁବ୍ଧ

କଲକାତା୧: ପଶ୍ଚିମବଙ୍ଗ ଦୁର୍ଗାପୂଜା କମିଟିଗୁଡ଼ିକୁ ଆୟକର ବିଭାଗ ପକ୍ଷରୁ ଟିଡିଏସ୍‌ ଦାଖଲ ପାଇଁ ନୋଟିସ ଜାରି କରାଯାଇଛି। ନିକଟରେ କଲକାତାର ୪୦ଟି ପ୍ରମୁଖ ପୂଜା କମିଟିକୁ ଏହି ନୋଟିସ ଜାରି କରାଯାଇଛି। ଏଥିରେ ସେମାନଙ୍କ ଆୟର ଉତ୍ସ ଜଣାଇବାକୁ ନିର୍ଦେଶ ଦିଆଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର କେନ୍ଦ୍ର ସରକାରଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ପୂଜା କମିଟିଗୁଡ଼ିକୁ ଏକଜୁଟ ହୋଇ ଏହି ନୋଟିସର ବିରୋଧ କରିବାକୁ ଆହ୍ବାନ ଦେଇଛନ୍ତି। କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରି ମମତା କହିଛନ୍ତି ଯେ ‘ଏବେ ସେମାନେ ରାଜ୍ୟର ପୂଜା କମିଟିଗୁଡ଼ିକୁ ଭୟ କଲେଣି। ଆୟକର ଆଦାୟ ପାଇଁ ପୂଜା କମିଟିକୁ ମଧ୍ୟ ଛାଡ଼ୁ ନାହାନ୍ତି। ସାଧାରଣ ଜନତାଙ୍କ ଦାନ ଓ ଚାନ୍ଦାରେ ପୂଜା ହୋଇଥାଏ; ଏହି କମିଟିଗୁଡ଼ିକ ଲାଭଦାୟକ ସଂସ୍ଥା ନୁହନ୍ତି ବୋଲି ସେମାନେ ବୁଝିପାରୁ ନାହାନ୍ତି। ପୂଜା ପାଇଁ କେନ୍ଦ୍ର ସରକାର ଟଙ୍କାଟିଏ ଦିଅନ୍ତି ନାହିଁ; ତେଣୁ କମିଟିଗୁଡ଼ିକ ଆୟକର ଦେବେ କେମିତି? ପୂଜା କମିଟି ସହିତ ଯିଏ ଲାଗିବ, ତାକୁ ତାର ପ୍ରତିଫଳ ଭୋଗିବାକୁ ପଡ଼ିବ’ ବୋଲି ମମତା ଚେତାବନୀ ଶୁଣାଇଛନ୍ତି। ତିରୁପତି ମନ୍ଦିର, ଜଗନ୍ନାଥ ମନ୍ଦିର, ସ୍ବର୍ଣ୍ଣ ମନ୍ଦିର, ସିଦ୍ଧି ବିନାୟକ ମନ୍ଦିର, ଆମେର ସରିଫ କ’ଣ ଆୟକର ଦେଉଛନ୍ତି କି ବୋଲି ମମତା ପ୍ରଶ୍ନ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories