www.samajalive.in
Sunday, December 7, 2025
26.1 C
Bhubaneswar

ଦଧିନଉତି ଉପରକୁ ଚଢିବା ଘଟଣା ; ମାନସିକ ବିକାରଗ୍ରସ୍ତ କହିଲେ ପରିବାର ସଦସ୍ୟ

ଛତ୍ରପୁର : ପୁରୀ ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢିବା ଘଟଣାରେ ସିଂହଦ୍ୱାର ଥାନାରେ ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ବ୍ୟକ୍ତି ଜଣକ ବଳରାମ ମହାରଣା । ତାଙ୍କ ବୟସ (୭୦)। ଗଞ୍ଜାମ ଜିଲା ଛତ୍ରପୁର ଭାସ୍କର ରାଓ ପେଟା ସାହିର ବାସିନ୍ଦା । ସେ ମଙ୍ଗଳବାର ଠାରୁ ଘରୁ କେଉଁ ଆଡେ ଚାଲିଯାଇଥିବା ପରିବାର ଲୋକ କହିଛନ୍ତି। ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଏବଂ ସ୍ତ୍ରୀ ଅଛନ୍ତି । ଗତକାଲି ଟିଭିରେ ଦେଖିବା ପରେ ଘର ଲୋକ ସ୍ତବ୍ଧ ହୋଇ ଯାଇଛନ୍ତି। ପରିବାର ଲୋକେ ଓ ସାହି ପଡିଶା ସେ ମାନସିକ ବିକାରଗ୍ରସ୍ତ ବୋଲି କହିଛନ୍ତି । ମଙ୍ଗଳବାର ଦିନ ତାଙ୍କୁ ପରିବାର ଲୋକ ମେଡିକାଲ ନେଇଥିବା କହିଥିଲେ। ସେ ଆଗରୁ ମଧ୍ୟ କେଉଁଆଡେ ଚାଲିଯାଆନ୍ତି ପରେ ଫେରନ୍ତି । ଘରୁ ଯିବା ବେଳକୁ ଜୟ ଜଗନ୍ନାଥ ବୋଲି କହୁଥିବା ତାଙ୍କ ସ୍ତ୍ରୀ ସୁକାନ୍ତି ମହାରଣା କହିଥିଲେ। ସେ ଆଗରୁ ବଢ଼େଇ କାମ କରୁଥିବା ସହ ତାଙ୍କର ସୁନାମ ରହିଥିଲା । ଏବେ ଏହି ଘଟଣା ସାରା ରାଜ୍ୟବାସୀଙ୍କୁ ସ୍ତବ୍ଧ କରି ଦେଇଛି। ଯାହାକି ମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । ତାଙ୍କ ପରିବାର ସଦସ୍ୟ ଆଜି ପୁରୀ ଯିବେ ବୋଲି କହିଛନ୍ତି।

ବାସ୍‌ ଗୋଟିଏ ଗ୍ଲାସ ଉଷୁମ କ୍ଷୀର; ଅମୃତ ସମାନ,ଏମିତି ପିଇଲେ ମିଳିବ ଚମତ୍କାରୀ ଲାଭ..

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories