www.samajalive.in
Sunday, December 14, 2025
23.1 C
Bhubaneswar

ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ପଞ୍ଚସଖା ଦିବସ ପାଳିତ

ସମ୍ବଲପୁର: ଓଡିଶା ସାଂସ୍କୃତିକ ସମାଜ ଆନୁକୂଲ୍ୟରେ ବୁଧବାର ନୃସିଂହ ଗୁରୁ ଟାଉନ ହାଇସ୍କୁଲଠାରେ ପଞ୍ଚସଖା ଦିବସ ପାଳନ କରାଯାଇଛି । ଅନୁଷ୍ଠାନର ସଭାପତି ଡ. ପରେଶ ଚନ୍ଦ୍ର ଦାନୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ଅନ୍ୟ ରାଜ୍ୟ ଅଧୀନରେ ରହି ନିଜର ଅସ୍ତିତ୍ୱ ହରାଇ ଥିବାବେଳେ ଏହି ପଞ୍ଚସଖା ସମ୍ବଲପୁରରୁ ଭାଷା ଆନ୍ଦୋଳନର ସୁତ୍ରଧର ହୋଇଥିଲେ ବୋଲି କହିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଲ୍ଲବ ମେହେର ଇତିହାସର ଅନାଲୋଚିତ ସଂଗ୍ରାମୀମାନଙ୍କୁ ଛାତ୍ର ତଥା ସମସ୍ତଙ୍କୁ ଜାଣିବା ଦରକାର ବୋଲି କହିଥିଲେ। ମୁଖ୍ୟବକ୍ତା ଡ. ସନ୍ତୋଷ ଦାଶ ଛାତ୍ରମାନଙ୍କୁ ସମ୍ବଲପୁରର ପଞ୍ଚସଖା ବଳଭଦ୍ର ସୂପକାର, ମହନ୍ତ ବିହାରୀ ଦାଶ, ବ୍ରଜମୋହନ ପଟ୍ଟନାୟକ, ଶ୍ରୀପତି ମିଶ୍ର ଓ ମଦନମୋହନ ମିଶ୍ର ଓଡିଆ ଭାଷା ଭିତ୍ତିରେ ରାଜ୍ୟ ପାଇଁ ଭାରତର ଶୀତକାଳୀନ ରାଜଧାନୀ ଶିମଲା ଯାତ୍ରା କରି ଉନ୍ନବିଂଶ ଶତାବ୍ଦୀରେ ସାରା ଭାରତ ବର୍ଷରେ ଶିହରଣ ସୃଷ୍ଟି କରିଥିଲେ । ଅରବିନ୍ଦ ମହାପାତ୍ର ଛାତ୍ରମାନଙ୍କୁ ପଞ୍ଚସଖାଙ୍କ ଶୃଙ୍ଖଳିତ ପଦକ୍ଷେପକୁ ଅନୁସରଣ କରି ବର୍ତ୍ତମାନ ନିଜ ଛାତ୍ର ଜୀବନରେ ଅନୁପ୍ରେରିତ ହେବାକୁ ଆହ୍ୱାନ ଦେଇଥିଲେ । ଅଶୋକ କୁମାର ମିଶ୍ର ସେ ସମୟର ପରିସ୍ଥିତିରେ ପଞ୍ଚସଖାଙ୍କ ଦେଶ, ଜାତି ତଥା ଭାଷା ପ୍ରେମରେ ଅନୁବ୍ରତୀ ହୋଇ ନିଜ କାମ କରିବାକୁ କହିଥିଲେ । ସୁଜାତା ନନ୍ଦ ଓଡିଶା ସାଂସ୍କୃତିକ ସମାଜର ଏଭଳି ଅନନ୍ୟ ଉଦ୍ୟମକୁ ସାଧୁବାଦ ଦେଇଥିଲେ । ଶେଷରେ ସମ୍ପାଦକ ଦୀନବନ୍ଧୁ ପଣ୍ଡା ସମସ୍ତ ଛାତ୍ରଙ୍କୁ ପଞ୍ଚସାଖାଙ୍କ କାର୍ଯ୍ୟଧାରାକୁ ନିଜର ଆଦର୍ଶ ରୂପେ ଗ୍ରହଣ କରିବାକୁ ଆହ୍ୱାନ କରି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories