www.samajalive.in
Sunday, December 14, 2025
23.1 C
Bhubaneswar

ବାରମ୍ବାର କଟୁଛି ଲାଇନ୍, ବିଦ୍ୟୁତ୍ ବିଭାଗ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଦାବିପତ୍ର

କଳାପଥର : ବାଙ୍କୀ ବ୍ଲକ ଅନ୍ତର୍ଗତ ଖଜୁରୀପଦା ନୂଆ ସାହିରେ ବିଦ୍ୟୁତ୍ ସରବରାହ ସଠିକ୍ ଭାବରେ କାର୍ଯ୍ୟ କରୁନଥିବାରୁ ଉପଭୋକ୍ତାମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟୁତ୍ ପ୍ରବାହ ବାରମ୍ବାର ଅପ୍ ଡାଉନ୍ ହେଉଥିବାରୁ ପ୍ରତି ମୁହୂର୍ତ୍ତରେ ଇଣ୍ଡିକେଟର ଲାଇଟ୍ ଅଚଳ ହୋଇପଡୁଛି । କଳାପଥର ଡାକ୍ତରଖାନା ସହିତ ସେହି ଅଞ୍ଚଳର ଉପଭୋକ୍ତାମାନଙ୍କର ବିଦ୍ୟୁତ୍ ସଂଯୋଗ ଏକତ୍ର ଥିଲାବେଳେ ମନଇଛା ଭାବରେ ୭କି.ମି. ଦୂରରେ ଥିବା ଗେଡିଆପଲ୍ଲୀ ଗ୍ରାମକୁ ଯୋଗାଇ ଦିଆଯାଉଥିବା ବିଦ୍ୟୁତ୍ ସଂଯୋଗ ସହିତ ଯୋଗ କରିଦିଆଯିବାରୁ ସାମାନ୍ୟ ପବନ ହେଲେ ବିଦ୍ୟୁତ୍ ଲାଇନ୍ କଟିଯାଉଛି ।  ତେଣୁ ଜନସାଧାରଣଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ବିଦ୍ୟୁତ୍ ବିଭାଗ ପାତରଅନ୍ତର ନୀତି ଅବଲମ୍ବନ ନକରିବା ପାଇଁ ଅନୁରୋଧ କରାଯାଇଛି ।

ବାରମ୍ବାର ବିଦ୍ୟୁତ୍ ବିଭ୍ରାଟର ପ୍ରତିକାର ପାଇଁ ଆଜି ବାଙ୍କୀ ବୁଦ୍ଧିଜୀବୀ ପରିଷଦର ସଭାପତି ତଥା ଉପଭୋକ୍ତା କମିଟିର ଆବାହକ ଆଇନଜୀବୀ ପ୍ରଦୀପ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ବିଦ୍ୟୁତ୍ ଉପଭୋକ୍ତାମାନେ ବିଦ୍ୟୁତ୍ ବିଭାଗର ସ୍ଥାନୀୟ ଉଚ୍ଚକର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରୁଛନ୍ତି ।  ତୁରନ୍ତ ଏହି ସମସ୍ୟାର ସମାଧାନ କରାନଗଲେ ଉପଭୋକ୍ତାମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ଜଣାଇଛନ୍ତି ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories