www.samajalive.in
Saturday, December 13, 2025
26.1 C
Bhubaneswar

ହରିୟାଣା: ୨ୟ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି, ବିନେଶ ଫୋଗତଙ୍କୁ ଟକ୍କର ଦେବେ କିଏ ?

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେପି। ମଙ୍ଗଳବାର ଦଳ ପକ୍ଷରୁ ଜାରି ହୋଇଥିବା ଏହି ତାଲିକାରେ ମୋଟ୍ ୨୧ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଏହା ପୂର୍ବରୁ ପ୍ରଥମ ତାଲିକାରେ ୬୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ବିଜେପି। କୁସ୍ତିଯୋଦ୍ଧା ତଥା କଂଗ୍ରେସ ପ୍ରାର୍ଥୀ ବିନେଶ ଫୋଗତଙ୍କ ବିପକ୍ଷରେ ଜୁଲାନାରୁ କ୍ୟାପ୍ଟେନ ଯୋଗେଶ ବୈରାଗୀଙ୍କୁ ମଇଦାନକୁ ଓହ୍ଲାଇଛି ଭାରତୀୟ ଜନତା ପାର୍ଟି।

ସେହିପରି ନାରାୟଣଗଡ଼ରୁ ପବନ ସୈନୀ, ପେହୋଓ୍ବାରୁ ଜୟ ଭଗବାନ ଶର୍ମାଙ୍କୁ ଟିକେଟ ମିଳିଛି। ଗନୌରରୁ ବର୍ତ୍ତମାନର ବିଜେପି ବିଧାୟକ ନିର୍ମଲ ରାନୀଙ୍କୁ ଦଳ ଟିକେଟ୍ ଦେଇନାହିଁ, ତାଙ୍କ ସ୍ଥାନରେ ଦେବେନ୍ଦ୍ର କୌଶିକଙ୍କୁ ଟିକେଟ ଦିଆଯାଇଛି। ରାଇ ଆସନରୁ ବିଜେପି ରାଜ୍ୟ ସଭାପତି ମୋହନ ଲାଲ ବଡୋଲିଙ୍କ ପରିବର୍ତ୍ତେ କୃଷ୍ଣା ଗହଲାଓ୍ବତଙ୍କୁ ମଇଦାନକୁ ଓହ୍ଲାଇଛି ବିଜେପି। ପଟୌଦୀରୁ ବର୍ତ୍ତମାନର ବିଜେପି ବିଧାୟକ ସତ୍ୟ ପ୍ରକାଶଙ୍କୁ ଅଣଦେଖା କରି ବିମଲା ଚୌଧୁରୀଙ୍କୁ ଟିକେଟ ଦେଇଛି ଦଳ। ଏହା ବ୍ୟତୀତ ବଧକଲର ବର୍ତ୍ତମାନର ବିଜେପି ବିଧାୟକ ସୀମା ତ୍ରିଖାଙ୍କ ଟିକେଟ କଟି ଧନେଶ ଅଧଲଖାଙ୍କୁ ମିଳିଛି ଟିକେଟ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories