Patra electronics

ଶୋଇଥିଲେ, ନାକରେ ପଶିଗଲା ଅସରପା, ଆଉ ତା’ପରେ..

ନୂଆଦିଲ୍ଲୀ : ଚୀନର ଜଣେ ୫୮ ବର୍ଷୀୟ ବ୍ୟକ୍ତିଙ୍କ ସହ ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ସେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ଜାଣିଲେ, ତାଙ୍କ ଶ୍ୱାସନଳୀରେ ଏକ ଅସରପା ରହିଛି । ବ୍ୟକ୍ତି ଜଣକ ରାତିରେ ଶୋଇବା ସମୟରେ ଏହି ଘଟଣା ଘଟିଛି । ଶୋଇବା ସମୟରେ ସେ ନାକ ଭିତରେ କିଛି ଚାଲୁଥିବା ଅନୁଭବ କଲେ । ଗଳା ତଳକୁ ସେହି ଜିନିଷ ପଳାଇଛି ବୋଲି ମଧ୍ୟ ଅନୁଭବ କଲେ । କାଶିବାକୁ ଆରମ୍ଭ କଲେ, ମାତ୍ର କୌଣସି ସୁଫଳ ମିଳିଲା ନାହିଁ । ଏହାପରେ ଆଉ କିଛି ଚିନ୍ତା ନକରି ସେ ଶୋଇ ପଡିଥିଲେ । ଘଟଣାକୁ ଅଣଦେଖା କରିବା ସହ ନିଜ ଦୈନନ୍ଦିନ କାମରେ ରହିଥିଲେ । ମାତ୍ର ୨ ରୁ ୩ ଦିନ ମଧ୍ୟରେ ନିଶ୍ୱାସରେ ଦୁର୍ଗନ୍ଧ ଆସିବା ପରେ ସ୍ୱାସ୍ଥ୍ୟ ଜନିତ କିଛି ସମସ୍ୟା ଦେଖାଯିବା ପରେ ସେ ଶେଷରେ ହସ୍ପିଟାଲ ଯାଇଥିଲେ ।

ବୁଦ୍ଧାଦିତ୍ୟ ରାଜଯୋଗ ; ଜାଣନ୍ତୁ ସେପ୍ଟେମ୍ବର ୨୮ ପୂର୍ବରୁ ଏହି ରାଶି ହେବେ ଭାଗ୍ୟଶାଳୀ, ହେବ ବିବାହ,ଧନଲାଭ..


ଡାକ୍ତର ପରୀକ୍ଷା କରିବା ପରେ ଜାଣିବାକୁ ପାଇଥିଲେ ଡାହାଣ ପଟେ ଫୁସଫୁସର ତଳ ଅଂଶରେ କିଛି ରହିଛି । ଏହାପରେ ତାହା ଏକ ଅସରପା ବୋଲି ଜଣାପଡିଥିଲା । ଡାକ୍ତର ଚିକିତ୍ସା କରିବା ପରେ ବ୍ୟକ୍ତି ଜଣକ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଡାକ୍ତର ପରାମର୍ଶ ଦେଇଥିଲେ, ଯେ କେହି ମଧ୍ୟ ଶ୍ୱାସନଳୀରେ କୌଣସି ପ୍ରକାରେ ସମସ୍ୟା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଅଣଦେଖା କରନ୍ତୁ ନାହିଁ ।

ଜିଓ /ଏୟାରଟେଲ୍‌ ; ଜାଣନ୍ତୁ ଏହି ରିଚାର୍ଜ ପ୍ଲାନ୍‌ ବିଷୟରେ,ମାତ୍ର ୩୦ ଟଙ୍କା..

ଦେଖନ୍ତୁ ଭିଡିଓ; ସାପ ସହ ଷ୍ଟଣ୍ଟ, ପାଟିରେ ଧରିଲେ, ଆଉ ତା’ପରେ..

Comments are closed.