www.samajalive.in
Monday, December 8, 2025
13.1 C
Bhubaneswar

ୟୁଟ୍ୟୁବରୁ ଭିଡିଓ ଦେଖି ଅପରେସନ କରୁଥିଲେ ଡାକ୍ତର, ଚାଲିଗଲା ନାବାଳକ ଜୀବନ

ସମାଜ ଡିଜିଟାଲ ଡେସ୍କ: ବର୍ତ୍ତମାନ ସମୟରେ ଅନେକ ନକଲି ଡାକ୍ତରଙ୍କୁ ଦେଖିବାକୁ ମିଳୁଛି। ଯେଉଁମାନେ ବିନା ପ୍ରମାଣପତ୍ରରେ ଲୋକଙ୍କୁ ଚିକିତ୍ସା ବି କରୁଛନ୍ତି। ଏବେ ଜଣେ ନକଲି ଡାକ୍ତର ୟୁଟ୍ୟୁବରୁ ଭିଡିଓ ଦେଖି ଅପରେସନ କରିବାରୁ ଏକ ନାବାଳକର ଜୀବନ ଚାଲିଯାଇଛି। ବିହାରର ସାରନ ଜିଲାର ମଧଉରା ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି। ନାବାଳକଙ୍କ ପରିବାର ଲୋକେ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ଏହି ନକଲି ଡାକ୍ତରଙ୍କ ନାଁ ହେଉଛି ଅଜିତ କୁମାର ପୁରୀ। ସାରନ ଜିଲା ମଧଉରାରେ ତାଙ୍କର ଏକ କ୍ଲିନିକ ବି ଅଛି, ଯେଉଁଠି ସେ ରୋଗୀଙ୍କୁ ଚିକିତ୍ସା କରନ୍ତି। କୌଣସି ରୋଗୀକୁ ଔଷଧ ଲେଖିବା ପାଇଁ ସେ ୟୁଟ୍ୟୁବର ସହାୟତା ନିଅନ୍ତି। ନାବାଳକ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ୧୫ ବର୍ଷୀୟ ପୁଅର ପେଟରେ ଯନ୍ତ୍ରଣା ହେବା ସହିତ ବାନ୍ତି କରିବାରୁ ସେମାନେ ତାଙ୍କୁ ଏହି କ୍ଲିନିକକୁ ଆଣିଥିଲେ। ଏହା ପରେ ଡାକ୍ତର ଜଣକ ସେମାନଙ୍କୁ ବାହାରକୁ ପଠାଇ ଦେଇଥିଲେ। ପରିବାର ଲୋକଙ୍କୁ ନ ଜଣାଇ ପିଲାଟିର ଅପରେସନ ଆରମ୍ଭ କରିଦେଇଥିଲେ ଅଜିତ। କିଛି ସମୟ ପରେ ପୁଅ ବାହାରକୁ ନ ଆସିବାରୁ ପରିବାର ଲୋକେ ଭିତରକୁ ଯାଇଥିଲେ। ସେତେବେଳକୁ ଅଜିତ ଉକ୍ତ ପିଲାଟିର ଅପରେସନ ଆରମ୍ଭ କରିଦେଇଥିଲେ। ସେହି ସମୟରେ ସେ ମୋବାଇଲରେ ୟୁଟ୍ୟୁବ ଖୋଲି ପିତ୍ତକୋଷରେ ଷ୍ଟୋନ ଅପରେସନ କିପରି ହୁଏ ତାହାର ଭିଡିଓ ଦେଖୁଥିଲେ। ଭିଡିଓ ଦେଖି ସେ ଅପରେସନ ଚଳାଇଥିଲେ। ପରିବାର ଲୋକେ ପ୍ରତିବାଦ କରିବାରୁ ସେ ଗାଳିଗୁଲଜ କରିଥିଲେ। ହେଲେ ଏହି ସମୟରେ ପିଲାଟିର ସ୍ଵାସ୍ଥ୍ୟ ଅଧିକ ବିଗିଡ଼ି ଯାଇଥିଲା। ଫଳରେ ଅଜିତ ପିଲାଟିକୁ ପାଟନା ହସ୍ପିଟାଲକୁ ପଠାଇ ଦେଇଥିଲେ। ସାଥୀରେ ନିଜେ ବି ଯାଇଥିଲେ। ମାତ୍ର ବାଟରେ ପିଲାଟିର ଜୀବନ ଚାଲିଯାଇଥିଲା। ଏହା ଦେଖି ଅଜିତ ସେଠାରୁ ଖସି ପଳାଇଥିଲେ। ଘଟଣା ସମ୍ପର୍କରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଉକ୍ତ କ୍ଲିନିକରେ ଚଢ଼ାଉ କରିବା ସହିତ ଡାକ୍ତର ଏବଂ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ କରିଛି। ଅଭିଯୁକ୍ତ ଫେରାର ଥିବା ପୁଲିସ କହିଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories