www.samajalive.in
Saturday, December 13, 2025
15.1 C
Bhubaneswar

ଦୁର୍ଘଟଣାରେ ମୃତ ଆମ୍ବୁଲାନ୍ସ ହେଲ୍ପର ପରିବାରକୁ କ୍ଷତି ପୂରଣ ଦାବି

ଆନନ୍ଦପପୁର : ଦୁର୍ଘଟଣାରେ ମୃତ ଆମ୍ବୁଲାନ୍ସ ହେଲ୍ପର ପରିବାରକୁ କ୍ଷତି ପୂରଣ ଦାବିରେ ଆନନ୍ଦପୁରର ୨୦ ନମ୍ବର ଜାତୀୟ ରାଜପଥର ଶୈଳଙ୍ଗ ଠାରେ ଆମ୍ବୁଲାନ୍ସ କର୍ମଚାରୀ ସଂଘ ଓ ହେଲପରଙ୍କ ସମେତ ଗ୍ରାମବାସୀମାନେ କରିଥିବା ଅବରୋଧକୁ ହଟାଇ ଦିଆଯାଇଛି। ଘସିପୁରା ବିଧାୟକ ଓ କେନ୍ଦୁଝର ଏଡିଏମଙ୍କ ହସ୍ତକ୍ଷେପ ପରେ ପରିବାରକୁ ବିଭାଗ ପକ୍ଷରୁ ପାଞ୍ଚ ଲକ୍ଷ ଓ ଜିଲା ପ୍ରଶାସନ ପକ୍ଷରୁ ଦୁଇ ଲକ୍ଷ ଦିଆଯିଵା ପରେ ରାସ୍ତା ଅବରୋଧକୁ ହଟାଇ ଦିଆଯାଇଛି।

ସୂଚନା ଅନୁଯାୟୀ ଗତକାଲି ରାତିରେ ଆନନ୍ଦପୁରରୂ ରୋଗୀ ନେଇଯାଇଥିବା ଆମ୍ବୁଲାନ୍ସ କଟକ ଶିଶୁ ଭବନରୁ ରୋଗୀ ଛାଡି ଫେରୁଥିବା ବେଳେ, ଜାତୀୟ ରାଜପଥର ଧର୍ମଶାଳା ଥାନାର ରଥିଆ ଛକ ଠାରେ ଠିଆ ହୋଇଥିବାରୁ ଏକ ଟ୍ରକକୁ ଧକା ଦେଇଥିଲା ଆମ୍ବୁଲାନ୍ସ। ଏଥିରେ ହେଲପର ଗୁରୁତର ହୋଇଥିଲେ। କଟକ ମେଡିକାଲରେ ଆମ୍ବୁଲାନ୍ସ ହେଲପର ସେଠାରେ ମୃତ୍ୟୁ ଘଟିଥିଲା। ମୃତ ହେଲପରର ଘର ଆନନ୍ଦପୁର ଘସିପୁରା ଥାନା ବଳରାମପୁରରେ, ମାତ୍ର ଦୁଇମାସ ତଳେ ତାଙ୍କର ବିବାହ ହୋଇଥିଲା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories