www.samajalive.in
Monday, December 8, 2025
24.1 C
Bhubaneswar

ଭାରତରେ ତିଆରି ହେଉଛି ବିଶ୍ଵର ୨ୟ ବୃହତ୍ତମ ହସ୍ପିଟାଲ, ଜାଣନ୍ତୁ କେଉଁଠି ଓ କ’ଣ ରହିଛି ସୁବିଧା

ସମାଜ ଡିଜିଟାଲ ଡେସ୍କ: ଭାରତରେ ତିଆରି ହେଉଛି ବିଶ୍ଵର ୨ୟ ବୃହତ୍ତମ ହସ୍ପିଟାଲ। ଏହି ହସ୍ପିଟାଲର ନିର୍ମାଣ ବିହାର ରାଜ୍ୟରେ ଚାଲିଛି, ଯାହାର ନାଁ ହେଉଛି ପଟନା ମେଡିକାଲ କଲେଜ ଏବଂ ହସ୍ପିଟାଲ(ପଟନା ଡାକ୍ତରୀ ମହାବିଦ୍ୟାଳୟ ଏବଂ ଡାକ୍ତରଖାନା)। ଏହି ଡାକ୍ତରଖାନା ନିର୍ମାଣ ପାଇଁ ୫୫୪୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହା ଜରିଆରେ ବିଶ୍ଵସ୍ତରୀୟ ଡାକ୍ତରୀ ଶିକ୍ଷା ଏବଂ ସ୍ଵାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟ ରଖାଯାଇଛି।


ଡାକ୍ତରଖାନାଟି ୫୪୬୨ ଶଯ୍ୟା ବିଶିଷ୍ଟ ହେବ। ଡାକ୍ତରୀ ପଢ଼ିବା ଲାଗି ମହାବିଦ୍ୟାଳୟରେ ୨୫୦ ଏମବିବିଏସ ଆସନ ରହିବ। ଏହା ସହିତ ୨୦୦ ସ୍ନାତକୋତ୍ତର ଆସନ ବି ରହିବ। ୧୯୨୫ ମସିହାରେ ଏହି ଡାକ୍ତରଖାନା ପ୍ରତିଷ୍ଠା ହୋଇଥିଲା। ୨୦୨୧ରେ ମୁଖ୍ୟମନ୍ତ୍ରୀ ନିତିଶ କୁମାର ହସ୍ପିଟାଲକୁ ବିଶ୍ଵର ୨ୟ ବୃହତ୍ତମ ଡାକ୍ତରଖାନାର ନୂଆ ରୂପ ଦେବା ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

- Advertisement -

ବର୍ତ୍ତମାନ ସମୟରେ ଚୀନରେ ବିଶ୍ଵର ସର୍ବବୃହତ୍ତ ଡାକ୍ତରଖାନା ରହିଛି। ଚୀନର ଜେଙ୍ଗଝୋଉ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ଏହି ଡାକ୍ତରଖାନାରେ ୭୦୦୦ ଶଯ୍ୟା ରହିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories