www.samajalive.in
Saturday, December 6, 2025
26.1 C
Bhubaneswar

ଚୀନର ହାଇନାନରେ ସ୍ଥଳଭାଗ ଛୁଇଁଲା ମହାବାତ୍ୟା ୟାଗି, ୪ ଲକ୍ଷ ଲୋକ ସ୍ଥାନାନ୍ତର

ଡ଼େସ୍କ: ଚୀନର ଦ୍ଵିପାଞ୍ଚଳ ହାଇନାନରେ ସୁପର ଟାଇଫୁନ୍ ୟାଗି ସ୍ଥଳଭାଗ ଛୁଇଁବା ପରେ ୪ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଅତ୍ୟଧିକ ଜନବହୁଳ ହାଇନାନରେ ପାଣିପାଗ ସେବା କହିଛି ଯେ ପୂର୍ବରୁ ଘଣ୍ଟାପ୍ରତି ସର୍ବାଧିକ ୨୪୫ କିଲୋମିଟର ବେଗରେ ୟାଗି ଅପରାହ୍ନ ପ୍ରାୟ ୪ଟା ୨୦ ମିନିଟରେ ୱେନଚାଙ୍ଗ ସହରରେ ପ୍ରବେଶ କରିଥିଲା।

କ୍ୟାଟେଗୋରୀ-୫ ଆଟଲାଣ୍ଟିକ୍ ହରିକେନ୍ ବେରିଲ୍ ପରେ ୨୦୨୪ରେ ୟାଗି ବିଶ୍ୱର ଦ୍ବିତୀୟ ଶକ୍ତିଶାଳୀ ବାତ୍ୟା ଭାବେ ପରିଗଣିତ ହୋଇଛି। ସେଠାକାର ସରକାରୀ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଦିନ ୟାଗି ଲ୍ୟାଣ୍ଡଫଲ୍ ପୂର୍ବରୁ ହାଇନାନରୁ ୪ ଲକ୍ଷ ୧୯ ହଜାର ୩୬୭ ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଇଛି। ଚଳିତ ସପ୍ତାହ ପ୍ରାରମ୍ଭରେ ଉତ୍ତର ଫିଲିପାଇନ୍ସରେ ୟାଗି ପ୍ରଭାବରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି।

- Advertisement -

ଏହି ବାତ୍ୟା ଦୁର୍ବଳ ହେବା ପୂର୍ବରୁ ହାଇନାନ୍ ଏବଂ ଗୁଆଙ୍ଗଡୋଙ୍ଗ ପ୍ରଦେଶର ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିବ ବୋଲି ଅନୁମାନ କରାଯାଉଛି। ଜଳ ସମ୍ପଦ ମନ୍ତ୍ରଣାଳୟ ଗତକାଲି ଉଭୟ ପ୍ରଦେଶରେ ବନ୍ୟା ମୁକାବିଲା ପାଇଁ ଜରୁରୀକାଳୀନ ସତର୍କତା ଜାରି କରିଥିଲେ। ସୂଚନା ଅନୁଯାୟୀ, ୨୦୧୪ ପରଠାରୁ ଚୀନର ଦକ୍ଷିଣ ଉପକୂଳରେ ଆସିଥିବା ସବୁଠାରୁ ଶକ୍ତିଶାଳୀ ବାତ୍ୟା ୟାଗି ହେବ ବୋଲି ପୂର୍ବାନୁମାନ କରାଯାଇଛି।

ବାତ୍ୟା ୟାଗିକୁ ଦୃଷ୍ଟିରେ ରଖି ଭିଏତନାମର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି ଯେ ହାନୋଇର ନୋଇର ନୋଇ ବାଇ ଇଣ୍ଟରନ୍ୟାସନାଲ ସମେତ ଉତ୍ତରରେ ଥିବା ୪ଟି ବିମାନବନ୍ଦରରେ ଆଜି ବିମାନ ସେବା ବନ୍ଦ ରହିବ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories