www.samajalive.in
Sunday, December 7, 2025
23.1 C
Bhubaneswar

ଡାକ୍ତର ପରି କାମ କଲା ଆପଲ୍ ଓ୍ବାଚ୍‌, ବଞ୍ଚାଇଲା ଗର୍ଭବତୀଙ୍କ ଜୀବନ

ସମାଜ ଡିଜିଟାଲ ଡେସ୍କ: ଏହା ପ୍ରଥମ ଥର ନୁହେଁ ଯେତେବେଳେ ଆପଲ୍ ୱାଚ୍ କାହାର ଜୀବନ ରକ୍ଷା କରିଛି। ବର୍ଷ ବର୍ଷ ଧରି ଏହି ଉପକରଣ ବ୍ୟବହାରକାରୀଙ୍କୁ ସମୟ ଅନୁସାରେ ହୃଦୟ ସମ୍ବନ୍ଧୀୟ ସୂଚନା ଦେଇଆସିଛି। ନିକଟରେ ଆପଲ୍ ୱାଚ୍ ଏକ ସମ୍ଭାବ୍ୟ ସ୍ୱାସ୍ଥ୍ୟ ସଙ୍କଟ ବିଷୟରେ ଉଚିତ ସମୟରେ ସତର୍କ କରାଇ ଜଣେ ଗର୍ଭବତୀ ମହିଳାଙ୍କ ଜୀବନ ରକ୍ଷା କରିଛି।

ସୂଚନା ଅନୁସାରେ, ଆପଲ୍ ୱାଚ୍ ଶିଶୁ ଦୃଦ୍‌ରୋଗ ବିଶେଷଜ୍ଞ ରେଚଲ ମନାଲୋ ଏବଂ ତାଙ୍କ ଗର୍ଭସ୍ଥ ଶିଶୁର ଜୀବନ ରକ୍ଷା କରିବାରେ ସାହାଯ୍ୟ କରିଛି। ୩୩ ସପ୍ତାହର ଗର୍ଭବତୀ ଥିବା ମନାଲୋ ହୃତ୍‌ ସ୍ପନ୍ଦନ ବଢିବା ନେଇ ଅନୁଭବ କରିବା ପରେ ହୃଦୟର ସ୍ଥିତି ଜାଣିବା ପାଇଁ ଘଣ୍ଟାର ଇକେଜି(ଇଲେକ୍ଟ୍ରୋକାର୍ଡିଓଗ୍ରାମ) ଫଙ୍କ୍‌ସନ୍‌ର ବ୍ୟବହାର କରିଥିଲେ। ସେ କିଛିଦିନ ହେବ ମୁଣ୍ଡ ବୁଲାଇବା, ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଏବଂ ଅସ୍ୱାଭାବିକ ଭାବରେ କ୍ଳାନ୍ତ ଅନୁଭବ କରୁଥିଲେ, କିନ୍ତୁ ସେ ଏସବୁ ଲକ୍ଷଣକୁ ଗର୍ଭାବସ୍ଥାର ଏକ ଅଂଶ ଭାବି ଅଣଦେଖା କରିଥିଲେ।

- Advertisement -

ଜଣେ ହୃଦ୍‌ରୋଗ ବିଶେଷଜ୍ଞ ଭାବେ ମନାଲୋ ଜାଣିଥିଲେ ଯେ, ତାଙ୍କର ଲକ୍ଷଣ ଅସ୍ୱାଭାବିକ ଥିଲା, କିନ୍ତୁ ଯେତେବେଳେ ତାଙ୍କ ହୃତ୍‌ ସ୍ପନ୍ଦନ ମିନିଟ ପ୍ରତି ୧୫୦ ବିଟରେ ପହଞ୍ଚିଲା, ଯାହା ସାଧାରଣ ୬୦-୧୦୦ ସୀମାଠାରୁ ଅଧିକ ଥିଲା ସେତେବେଳେ ସେ ଚିନ୍ତିତ ହୋଇଯାଇଥିଲେ। ତାଙ୍କ ଆପଲ୍ ୱାଚ୍‌ର ଇକେଜି ରିଡିଙ୍ଗ୍‌ ଅସ୍ପଷ୍ଟ ଫଳାଫଳ ଦେଖାଇଲା, ଯାହା ତାଙ୍କୁ ତୁରନ୍ତ ଚିକିତ୍ସା ସହାୟତା ନେବାକୁ ପ୍ରେରଣା ଦେଇଥିଲା।

ମାତୃ ଓ ଭୃଣ ଚିକିତ୍ସା ବିଶେଷଜ୍ଞ ଟିନା ଗୁୟେନ୍ ଏହି ସମସ୍ୟାକୁ ଶୀଘ୍ର ଚିହ୍ନଟ କରିଥିବାରୁ ଆପଲ୍ ୱାଚ୍‌କୁ ପ୍ରଶଂସା କରିଥିଲେ। ସେ ବୁଝାଇଥିଲେ ଯେ, ଗର୍ଭାବସ୍ଥାରେ ଏ ପ୍ରକାର ହୃଦୟ ସମସ୍ୟା ପ୍ରାଣଘାତୀ ହୋଇପାରେ। ଗୁୟେନ୍ ଏହା ମଧ୍ୟ କହିଥିଲେ ଯେ, ସ୍ମାର୍ଟ ୱାଚ୍ ଭଳି ସ୍ୱାସ୍ଥ୍ୟ ଉପକରଣ ଉପଯୋଗୀ ତଥ୍ୟ ପ୍ରଦାନ କରିଥାଏ, କିନ୍ତୁ ରୋଗୀମାନେ ତଥ୍ୟର ସଠିକ୍ ଅର୍ଥ ଜାଣିବାକୁ ସର୍ବଦା ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍।

ପରୀକ୍ଷା ନୀରକ୍ଷା ପରେ ମନାଲୋଙ୍କ ୩୪ ସପ୍ତାହରେ ଜରୁରୀକାଳୀନ ସି-ସେକ୍ସନ ହୋଇଥିଲା। ଯଦିଓ ଏହା ଅପ୍ରତ୍ୟାଶିତ ଥିଲା, କିନ୍ତୁ ପ୍ରକ୍ରିୟା ସଫଳତାର ସହିତ ସମାପ୍ତ ହେଲା। ତାଙ୍କ ଝିଅ ସାମନ୍ଥା ପ୍ରାୟ ୧.୯ କିଲୋ ଓଜନ ସହ ଜନ୍ମ ହୋଇଥିଲା ଏବଂ ବର୍ତ୍ତମାନ ସେ ଏକ ସୁସ୍ଥ ସବଳ ଦୁଇ ବର୍ଷର ଶିଶୁ। ପ୍ରସବ ପରେ ଔଷଧ ଏବଂ ଛୋଟ ଅସ୍ତ୍ରୋପଚାର ଦ୍ଵାରା ମନାଲୋଙ୍କ ହୃଦୟର ଚିକିତ୍ସା କରାଯାଇଥିଲା। ଏହି ଅନୁଭୂତିକୁ ମନେପକାଇ ସେ କୁହନ୍ତି ଯେ, ସଠିକ୍ ସମୟରେ ହସ୍ତକ୍ଷେପ ଏବଂ ତାଙ୍କ ସ୍ମାର୍ଟ ୱାଚ୍‌ର ସତର୍କତା ତାଙ୍କର ଏବଂ ତାଙ୍କ ଶିଶୁର ଜୀବନ ରକ୍ଷା କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories