www.samajalive.in
Saturday, December 13, 2025
26.1 C
Bhubaneswar

ଅବକାରୀ ଚଢାଉ ବେଳେ ୧୧୫୫ ଲିଟର ଦେଶୀମଦ ଜବତ

ଗୁରୁଡିଝାଟିଆ: ଦେଶୀମଦ ରନ୍ଧନର ଏନ୍ତୁଡିଶାଳ ଭାବେ କୁଖ୍ୟାତ ଅର୍ଜନ କରିଥିବା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ, ଖଣ୍ଡୁଆଳି ଓ ସରସ୍ୱତୀପୁର ଜଙ୍ଗଲ ଅଞ୍ଚଳରେ ଅବକାରୀ ଚଢାଉ ସମୟରେ ୧୧୫୫ ଲିଟର ଦେଶୀମଦ ଜବତ କରାଯାଇଛି। ଏହା ସହିତ ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ୯ ହଜାର ୩୧୦ଲିଟର ପୋଚକୁ ନଷ୍ଟ କରାଯାଇଛି।

ଅବକାରୀ ବିଭାଗ ବାରମ୍ବାର ଚଢାଉ କରୁଥିଲେ ମଧ୍ୟ ଦେଶୀ ଚୋରାମଦ ରନ୍ଧନକୁ ରୋକାଯାଇପାରୁନାହିଁ  ଓ ମଦଭାଟି ସମ୍ପୂର୍ଣ୍ଣ ବନ୍ଦ ହେଉନାହିଁ । ଯାହାଫଳରେ କି ବୁଦ୍ଧିଜୀବି ମହଲରେ ସଂଶୟ ସୃଷ୍ଟି ହୋଇଛି। କହିବାକୁ ପଛାଉନାହାନ୍ତି ଢୋଲ ଭିତରେ ମୂଷା କିଏ ଅଛି ବୋଲି । କାରଣ ଆଜିର ଚଢାଉରେ ଏତେ ପରିମାଣର ଦେଶୀମଦ ଜବତ ଓ ପୋଚ ନଷ୍ଟ କରାଯାଇଥିଲେ ମଧ୍ୟ କାହାରିକୁ ଗିରଫ କରାଯାଇନାହିଁ । ତେଣୁ ଏ ଚଢାଉ ଯେ କେଳବ ଲୋକଦେଖାଣିଆ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ସମାଜରେ ଚୋରା ଦେଶୀମଦ ରନ୍ଧନ ଓ ଭାଟି ସମ୍ପର୍କରେ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇଥିଲା । ଅବକାରୀ ଅଧୀକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ ଅବକାରୀ ଉପଅଧୀକ୍ଷକ ନିମାଇଁ ଚରଣ ସିଂ, ଅବକାରୀ ନିରୀକ୍ଷକ ହେମନ୍ତ ମହାନନ୍ଦିଆ, ଖୁଣ୍ଟୁଣୀ ଥାନା ଉପନିରୀକ୍ଷକ ଡଃ ବିକାଶ ସେଠୀ, ଅବକାରୀ ଉପନିରୀକ୍ଷକ ଅରୁଣ ଭୋଇ, ଉପନିରୀକ୍ଷକ ଜ୍ୟୋତିର୍ମୟୀ ଦାସ ଓ ତରୁଣ କୁମାର ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories