www.samajalive.in
Monday, December 8, 2025
13.1 C
Bhubaneswar

ଆୟାପ୍ପାସ୍ୱାମୀଙ୍କୁ ଦର୍ଶନ କରିଥିବା ଦୁଇ ମହିଳାଙ୍କ ଜୀବନ ପ୍ରତି ବିପଦ

ଥିରୁଭାନନ୍ଥପୁରମ୍‍: ସ୍ଥାନୀୟ ଜନସାଧାରଣ ଓ ବିଭିନ୍ନ ଧାର୍ମିକ ସଂଗଠନର ବିରୋଧ ସତ୍ତେ୍ୱ ଶାବରୀମାଳା ମନ୍ଦିରରେ ପ୍ରବେଶ କରି ଆୟାପ୍ପାସ୍ୱାମୀଙ୍କ ଦର୍ଶନ କରିଥିବା ଦୁଇ ମହିଳାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ବିରୋଧୀଙ୍କ ଧମକ ପରେ ସେମାନେ ଭୟରେ ଘରକୁ ଫେରି ପାରୁ ନଥିବା ଅଭିଯୋଗ ହୋଇଛି।
ଶାବରୀମାଳାରେ ୧୦ ରୁ ୫୦ ବର୍ଷ ବର୍ଗର ମହିଳାଙ୍କ ପ୍ରବେଶ ଉପରେ କଟକଣା ରହିଛି। ଗତ ବର୍ଷ ସେପ୍ଟେମ୍ବର ମାସରେ ସୁପ୍ରିମକୋର୍ଟ ଏହି କଟକଣା ହଟାଇ ମନ୍ଦିରରେ ସବୁ ବର୍ଗର ମହିଳାଙ୍କ ପ୍ରବେଶ ଅଧିକାର ରହିଛି ବୋଲି ରାୟ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏହି ଯୁଗାନ୍ତକାରୀ ରାୟ ପରେ ବିବାଦ ତୀବ୍ର ହୋଇଥିଲା। ସୁପ୍ରିମକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବା ପାଇଁ କେରଳର ପି ବିଜୟନ ସରକାର ଘୋଷଣା କରିଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ସମେତ ବିଭିନ୍ନ ରାଜନୈତିକ ଓ ଦଳୀୟ ସଂଗଠନ ବିରୋଧ କରୁଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ବିଭିନ୍ନ ସମୟରେ ମହିଳାମାନେ ମନ୍ଦିର ପ୍ରବେଶ କରିବାକୁ ଉଦ୍ୟମ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଗତ ୨ ତାରିଖ ଭୋର ସମୟରେ ବିନ୍ଦୁ ଆମ୍ମିନି ଓ କନକ ଦୁର୍ଗା ନାମ୍ନୀ ଦୁଇ ମହିଳା ଶହ ଶହ ବର୍ଷର ପରମ୍ପରା ଭାଙ୍ଗି ଶାବରୀମାଳା ମନ୍ଦିରରେ ପ୍ରବେଶ କରି ପୂଜାର୍ଚ୍ଚନା କରିଥିଲେ। ଏହାକୁ ନେଇ ଉତ୍ତେଜନା ତୀବ୍ର ହୋଇଥିଲା। ହିଂସାକାଣ୍ଡରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିଲେ। ଶତାଧିକଙ୍କୁ ପୁଲିସ ଗିରଫ କରିଛି। ଏହା ପରେ ପରେ ଗତ ୪ ତାରିଖ ଦିନ ଆଉ ଜଣେ ୪୬ ବର୍ଷୀୟ ମହିଳା ମନ୍ଦିରରେ ପ୍ରବେଶ କରିଥିଲେ।
ଏହି ଘଟଣା ପରେ ସମ୍ପୃକ୍ତ ମହିଳାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଧମକ ଚମକ ମିିଳିଥିବା ଅଭିଯୋଗ ଆସିଛି। କୌଣସି ଅଘଟଣକୁ ଏଡ଼ାଇବା ପାଇଁ ପୁଲିସ ପ୍ରଶାସନ ସେମାନଙ୍କୁ କୋଚିର ଏକ ସ୍ଥାନରେ ସୁରକ୍ଷା ବଳୟରେ ରଖିଥିବା ଜଣାଇଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories