www.samajalive.in
Wednesday, December 10, 2025
26.1 C
Bhubaneswar

ରାଷ୍ଟ୍ରୀୟ ସାଧନ ଓ ଯୋଗ୍ୟତା ଛାତ୍ରବୃତ୍ତି ଆବେଦନ ସମୟସୀମା ସେପ୍ଟେମ୍ବର ୩୦ ଯାଏଁ ବୃଦ୍ଧି

ଡେସ୍କ: ୨୦୨୪-୨୫ ପାଇଁ ରାଷ୍ଟ୍ରୀୟ ସାଧନ ଓ ଯୋଗ୍ୟତା ଛାତ୍ରବୃତ୍ତି ଯୋଜନା ପାଇଁ ମନୋନୀତ ମେଧାବୀ ଛାତ୍ରଛାତ୍ରୀମାନେ ଆବେଦନ କରିବାର ଶେଷ ତାରିଖକୁ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ଯୋଜନା ଅଧୀନରେ ଅଷ୍ଟମ ଶ୍ରେଣୀ ପରେ ଡ୍ରପଆଉଟ୍ ରୋକିବା ଏବଂ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଶିକ୍ଷା ସମାପ୍ତ କରିବାକୁ ପ୍ରୋତ୍ସାହିତ କରିବା ପାଇଁ ଆର୍ଥିକ ଦୁର୍ବଳ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି ପ୍ରଦାନ କରାଯାଏ। ଚଳିତ ବର୍ଷ ଜୁନ୍ ୩୦ ତାରିଖରୁ ଛାତ୍ରଛାତ୍ରୀମାନେ ଆବେଦନ କରିବା ପାଇଁ ରାଷ୍ଟ୍ରୀୟ ଛାତ୍ରବୃତ୍ତି ପୋର୍ଟାଲ ଖୋଲା ରହିଛି।

- Advertisement -

ଏହି ଯୋଜନାରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଦ୍ୱାରା ପରିଚାଳିତ ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିବର୍ଷ ଏକ ଲକ୍ଷ ନୂତନ ବୃତ୍ତି ପ୍ରଦାନ କରାଯାଇଥାଏ। ମନ୍ତ୍ରଣାଳୟ କହିଛି ଯେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ପ୍ରଦର୍ଶନ ଆଧାରରେ ଦଶମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ନବୀକରଣ ମାଧ୍ୟମରେ ବୃତ୍ତି ଜାରି ରଖାଯାଇଥାଏ। ଏହି ଯୋଜନା କେବଳ ରାଜ୍ୟ ସରକାର, ସରକାରୀ ଅନୁଦାନପ୍ରାପ୍ତ ଏବଂ ସ୍ଥାନୀୟ ସଂସ୍ଥା ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ। ଏହି ଯୋଜନାରେ ଛାତ୍ରବୃତ୍ତି ରାଶି ବାର୍ଷିକ ୧୨ ହଜାର ଟଙ୍କା ଦିଆଯାଏ।

ଅଣାୟତ୍ତ ହେବକି ରେଭେନ୍ସା, କ୍ୟାମ୍ପସରେ ସୁରକ୍ଷା ପାଇଁ ପୁଲିସ ସହାୟତା ଲୋଡିଲେ ରେଜିଷ୍ଟ୍ରାର

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories