ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ଏହି ମାମଲାରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ସିଟି ରବିକୁମାର ଏବଂ ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠରେ ଶୁଣାଣି ଚାଲିଛି। କେଜ୍ରିୱାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ୍ ମନୁ ସଂଘବୀ ପକ୍ଷ ରଖୁଛନ୍ତି। ସେପଟେ ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ଏସ.ବି.ରାଜୁ ଉପସ୍ଥିତ ରହିଛନ୍ତି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଥମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ଇଡି ମାମଲାରେ କେଜ୍ରିୱାଲଙ୍କୁ ପୂର୍ବରୁ ଜାମିନ ମିଳିଥିବା ବେଳେ ଆଜି ସିବିଆଇ ମାମଲାରେ ଶୁଣାଣି ଚାଲିଛି।
Popular Categories



