www.samajalive.in
Monday, December 8, 2025
14.1 C
Bhubaneswar

ଓଡ଼ିଶାରେ ଦେଶର ଶ୍ରେଷ୍ଠ କ୍ରିକେଟ ଏକାଡେମୀ ପ୍ରତିଷ୍ଠା କରିବାକୁ ଚାହୁଁଛି : ଆଝାରୁଦ୍ଦିନ

ଭୁବନେଶ୍ୱର : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ଓଡିଶାରେ କ୍ରିକେଟ ପ୍ରତିଭାକୁ ଶ୍ରେଷ୍ଠ ସ୍ଥାନ ଦେବା ପାଇଁ ମତ ପ୍ରକାଶ କରିଛନ୍ତି। ସେଥିପାଇଁ ସେ ଓଡ଼ିଶାରେ ଦେଶର ସବୁଠାରୁ ବଡ କ୍ରିକେଟ ଏକାଡେମୀ ଖୋଲିବାକୁ ଚାହୁଁଥିବା କହିଛନ୍ତି। ଆଝାରୁଦ୍ଦିନ କହିବା ଅନୁସାରେ ଦେଶର କୌଣସି ଏକାଡେମୀ ବିଶ୍ୱସ୍ତରରେ ପହଞ୍ଚି ପାରିନାହିଁ। ଓଡ଼ିଶାରେ କ୍ରୀଡା ପ୍ରତିଭା ଅଛନ୍ତି। ଓଡ଼ିଶାରେ ଆଦିବାସୀ ଯୁବକମାନଙ୍କ ମଧ୍ୟରେ ପ୍ରତିଭା ଭରପୁର ରହିଛି ଯାହାକୁ ଏକ ଉଚିତ ଦିଗ ଦେଖାଇବା ଦରକାର। ଯାହାର ଉଦାହରଣ ହେଉଛି ହକି। ଆଝାରୁଦ୍ଦିନ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ସମାଜଲାଇଭ.ଇନ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଏହା କହିଛନ୍ତି। ତାଙ୍କୁ ସାକ୍ଷାତ କରିଥିଲେ ପୋର୍ଟାଲ ମୁଖ୍ୟ ତଥା ବିଶେଷ ସମ୍ବାଦଦାତା ମହେଶ ଶର୍ମା
ଆଝାରୁଦ୍ଦିନଙ୍କ କହିବା ଅନୁସାରେ ଓଡ଼ିଶାରେ କେବଳ ହକି ନୁହେଁ କ୍ରିକେଟରେ ମଧ୍ୟ ଅନେକ ପ୍ରତିଭାବାନ ଖେଳାଳୀ ରହିଛନ୍ତି। ସୁଯୋଗ ମିଳିଲେ ଓଡ଼ିଶାରୁ ମଧ୍ୟ ଭଲ କ୍ରିକେଟ ଖେଳାଳୀ ବାହରିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଓଡ଼ିଶାର କ୍ରିକେଟର ଦେବାଶିଷ ମହାନ୍ତିଙ୍କ ବୋଲିଂକୁ ସେ ଖୁବ ପ୍ରଶଂସା କରିଛନ୍ତି। ଏଥିସହ ବ୍ୟାଟ୍ସମ୍ୟାନ ଶିବସୁନ୍ଦର ଦାସଙ୍କୁ ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି। 
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଆଝାରୁଦ୍ଦିନ ଭୁବନେଶ୍ୱର ସ୍ଥିତ କିଟ୍‍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ୟୁଥ କନକ୍ଲେଭରେ ଯୋଗ ଦେଇଥିଲେ। ଓଡ଼ିଶାରେ କ୍ରିକେଟ ଏକାଡେମୀ ପ୍ରତିଷ୍ଠା ହେବା ଦ୍ୱାରା ସହର, ଗ୍ରାମ ଓ ବିଶେଷ କରି ଆଦିବାସୀ ଅଞ୍ଚଳରେ ଥିବା ପ୍ରତିଭା ମାନେ ବଣମଲ୍ଲୀ ଭଳି ନ ରହି ବାହାରକୁ ଆସିବେ ବୋଲି ସେ କହିଛନ୍ତି। ଓଡ଼ିଶା ସରକାରଙ୍କ ସହାୟତା ମିଳିଲେ ଏହି ଏକାଡେମୀର ଉନ୍ନତି କରାଯାଇପାରିବ। ବିଦେଶରୁ କୋଚ ଅଣାଯାଇ ଖେଳାଳି ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ସେ କହିଛନ୍ତି। ତାଙ୍କ ଅନୁସାରେ ଖେଳ ଏକ ଏଭଳି ବିଷୟ ଯାହା ଦ୍ୱାରା ଲୋକଙ୍କ ମଧ୍ୟରେ ଭଲ ସମ୍ପର୍କ ସୃଷ୍ଟି ହୋଇଥାଏ। 
ପୂର୍ବତନ କ୍ରିକେଟ ଅଧିନାୟକଙ୍କ ମତରେ ମୁଁ ଜଣେ କ୍ରିକେଟର ହିସାବରେ ଏହି ଏକାଡେମୀ ଖୋଲାଯିବାର ସମସ୍ତ ଦାୟିତ୍ୱ ନିଷ୍ଠାପର ଭାବରେ କରିବି। ଏକାଡେମୀରେ ରହିବା ପାଇଁ ଖେଳାଳୀଙ୍କ ପ୍ରତିଭାକୁ ମୁଁ ଦେଖି ଚୟନ କରିବି। ଗରିବ ପିଲାମାନଙ୍କ ପାଇଁ ଏହି ଏକାଡେମୀର ଦ୍ୱାର ସବୁବେଳେ ଉନ୍ମୁକ୍ତ ରଖାଯିବା କଥା ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଏହି ଏକାଡେମୀ ଖୋଲିବା ପାଇଁ ଯଦି ବିସିସିଆଇ ପରାମର୍ଶ ନେବାକୁ ଚାହୁଁଛନ୍ତି। ବିସିସିଆଇ ତାଙ୍କର ଏହି ପରାମର୍ଶକୁ ଯଦି ଗ୍ରହଣ କରେ ସେ ଖୁସି ହେବେ ବୋଲି କହିଛନ୍ତି।  
ପୂର୍ବରୁ ଆଝାରୁଦ୍ଦିନଙ୍କୁ କ୍ରିକେଟ ଟେଷ୍ଟର ୱାଣ୍ଡର ବୟ କୁହାଯାଉଥିଲା। ଆଜିର ୱାଣ୍ଡର ବୟ କିଏ ବୋଲି ପ୍ରଶ୍ନ କରାଯିବାରୁ ସେ ଏହାର ଉତ୍ତର ବିରାଟ କୋହଲି ବୋଲି କହିଥିଲେ। ବିରାଟ ଭାରତୀୟ କ୍ରିକେଟ ଦଳକୁ ବିଶ୍ୱର ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇଛନ୍ତି। ସେ କ୍ରିକେଟର ସମସ୍ତ ଫର୍ମାଟ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି।
ସେହିପରି ଅଝରୁଦ୍ଦିନ ସାମାଜିକ ଗଣମାଧ୍ୟମରୁ ଖେଳାଳି ମାନଙ୍କୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ଖେଳାଳି ମାନେ ବିଳମ୍ବରେ ଶୋଉଛନ୍ତି ଏବଂ ବିଳମ୍ବରେ ଉଠୁଛନ୍ତି। ସଫଳତା ପାଇବା ପାଇଁ ବହୁ କଷ୍ଟ କରିବାକୁ ପଡିଥାଏ ବୋଲି ସେ କହିଛନ୍ତି।
ଶେଷରେ ଆଝାରୁଦ୍ଦିନ ଦେଶକୁ ବିଶ୍ୱକପ ଦେଇପାରି ନ ଥିବାରୁ ଏହାତାଙ୍କ ଜୀବନର ଏକ ବଡ ଦୁଃଖ ବୋଲି କହିଛନ୍ତି। ଆପଣଙ୍କ ଫିଲଣ୍ଡିଂକୁ ପୃଥିବୀର ଦୁଇ ତୃତୀଆଂଶ ଜଳ ବନ୍ଦ କରି ରଖିଛି ଖାଲି ଥିବା ସ୍ଥାନ ଅଝରୁଦ୍ଦିନଙ୍କର ବୋଲି କୁହାଯାଏ। ଏହାଶୁଣି ଅଝରୁଦ୍ଦିନ ଟିକେ ହସି ଦେଇଥିଲେ। ସେହି ସମୟୟରେ ସେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରେ ପହଞ୍ଚି ଯାଇଥିଲେ।
ଅନୁବାଦ : ହିମାଂଶୁ ଶେଖର ସାମଲ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories