www.samajalive.in
Monday, December 8, 2025
13.1 C
Bhubaneswar

ଅଙ୍ଗନଓ୍ବାଡ଼ି ପିଲାଙ୍କ ପୋଷାକ କିଣାରେ ଦୁର୍ନୀତି ଅଭିଯୋଗ

ଲକ୍ଷ୍ମୀପୁର: କୋରପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଅଙ୍ଗନଓ୍ବାଡ଼ି ପିଲାଙ୍କ ପାଇଁ ପୋଷାକ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବିଡିଓଙ୍କ ନିକଟରେ ଅଭିଯୋଗ ପହଞ୍ଚିବା ପରେ ସେ ଏ ସମ୍ପର୍କରେ ଜିଲାପାଳ ଏବଂ ବିଭାଗୀୟ ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି।

ନିୟମ ଅନୁସାରେ, ଅଙ୍ଗନଓ୍ବାଡ଼ିରେ ପଢ଼ୁଥିବା ୩ରୁ ୬ବର୍ଷର ପିଲାଙ୍କ ପାଇଁ ଦୁଇ ହଳ ଲେଖାଏ ପୋଷାକ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି। ଏଥିପାଇଁ ପୁଅଙ୍କ ଲାଗି ହଳ ପିଛା ୧୦୦ ଟଙ୍କା ଏବଂ ଝିଅଙ୍କ ଲାଗି ୧୫୦ ଟଙ୍କା ପ୍ରଦାନ କରାଯାଉଛି। ହେଲେ ପୋଷାଷ କିଣାରେ କମିଶନ ପାଇବା ଆଶାରେ କିଛି ପରିଦର୍ଶିକା ଦୁର୍ନୀତି କରୁଥିବା ଅଭିଯୋଗ ହୋଇଛି।

- Advertisement -

ଅଭିଯୋଗ ଅନୁସାରେ, ଲକ୍ଷ୍ମୀପୁର ବ୍ଲକରେ ୧୮୮ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ର ରହିଥିବା ବେଳେ ମୋଟପିଲା ସଂଖ୍ୟା  ୩୮୧୮। ସେମାନଙ୍କ ପୋଷାକ ବାବଦ ଅର୍ଥ ପ୍ରତି ଅଙ୍ଗନଓ୍ବାଡ଼ି କେନ୍ଦ୍ରର କର୍ମୀଙ୍କ ଆକାଉଣ୍ଟକୁ ଆସିବାର ଥିଲା । ସେମାନେ ଆକାଉଣ୍ଟରୁ ଟଙ୍କା ଉଠାଇ ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀ କିମ୍ବା ଯେକୌଣସି ଦୋକାନରୁ ଊନ୍ନତ ମାନର ପୋଷାକ କିଣିଥାଆନ୍ତେ। କିନ୍ତୁ ଏଠାରେ ତା’ର ବ୍ୟତିକ୍ରମ ଦେଖିବାକୁ ମିଳିଛି। କାର୍ଯ୍ୟରତ କିଛି ପରିଦର୍ଶିକା କର୍ମୀମାନଙ୍କଠାରୁ ଟଙ୍କା ସଂଗ୍ରହ କରି ବାହାର ଦୋକାନରୁ ପୋଷାକ କିଣିଛନ୍ତି। ପୋଷାକଗୁଡ଼ିକ ଅତି ନିମ୍ନମାନର ଏବଂ ତାହା ପିନ୍ଧିଲା ବେଳକୁ ଚିରି ଫାଟି ଯାଉଛି। ପୋଷାକ ବର୍ଷେ ପର୍ଯ୍ୟନ୍ତ ଯିବ କି ନାହିଁ ତାହା ବି ସନ୍ଦେହଘେରରେ। ପରିଦର୍ଶିକାମାନେ ନିଜ କାମ ଛାଡ଼ି କିପରି ବ୍ୟବସାୟରେ ଲିପ୍ତ ରହୁଛନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories