www.samajalive.in
Monday, December 8, 2025
24.1 C
Bhubaneswar

ଜାଓ୍ବା ଆଣିଲା ନୂଆ ମଡେଲ, କମ୍ ଦାମରେ ଅନେକ ଫିଚର୍

ନୂଆଦିଲ୍ଲୀ : ଜାଓ୍ବା ୟେଜଦୀ ମୋଟରସାଇକେଲ ନୂଆ ଜାଓ୍ବା ୪୨ ଏଫଜେ ମୋଟରସାଇକେଲ ଲଞ୍ଚ୍ କରିଦେଇଛି । ଏହାର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ଦାମ୍ ୧.୯୯ ଲକ୍ଷ ଟଙ୍କା ରଖାଯାଇଛି । ଜାଓ୍ବା ୪୨ ଏଫଜେ ’୪୨’ ଲାଇନଅପରେ ଏକ ସ୍ପୋର୍ଟିୟର ଏବଂ ଅଧିକ ପାଓ୍ବରଫୁଲ ମଡେଲ । ଏଥିରେ ଅନ୍ୟ ଜାଓ୍ବା ୪୨ ମୋଟରସାଇକେଲ ତୁଳନାରେ ଅନେକ ପରିବର୍ତ୍ତନ ମଧ୍ୟ କରାଯାଇଛି । କମ୍ପାନୀ ଲଞ୍ଚ୍ ସହିତ ଏହାର ବୁକିଂ ଆରମ୍ଭ କରିଦେଇଛି । ଏହାର ଡେଲିଭରୀ ମଧ୍ୟ ଖୁବ୍ ଶୀଘ୍ର କରାଯିବ । ଭାରତୀୟ ମାର୍କେଟରେ ଏହାର ସିଧା ମୁକାବିଲା ରୟାଲ ଏନଫିଲ୍ଡ ହଣ୍ଟର ୩୫୦ ଏବଂ ହୋଣ୍ଡା ସିବି୩୫୦ ସହିତ ହେବ ।

ଜାଓ୍ବା ୟେଜଦୀ ମୋଟରସାଇକେଲର ସହ ପ୍ରତିଷ୍ଠାତା ଅନୁପମ ଥରେଜା କହିଛନ୍ତି କି ‘ଏହି ବାଇକ୍ ପ୍ରସ୍ତୁତ କରିବା ପାଇଁ କମ୍ପାନୀ ନିଜ ସବୁ ସମୟ ଲଗାଇଦେଇଛି ।’ ଜାଓ୍ବା ୪୨ ଏଫଜେରେ ୩୩୪ ସିସି, ଲିକ୍ବିଡ କୁଲ୍ଡ, ସିଙ୍ଗଲ ସିଲିଣ୍ଡର ଇଞ୍ଜିନ୍ ମିଳିଥାଏ ଯାହା ୨୧.୪୫ ବିଏଚପିର ପାଓ୍ବର ଏବଂ ୨୯.୬୨ ଏନଏମର ଟର୍କ ଜେନେରେଟ କରିଥାଏ । ଇଞ୍ଜିନକୁ ସ୍ଲିପ୍ ଆଣ୍ଡ୍ ଆସିଷ୍ଟ କ୍ଲଚ ସହିତ ୬ ସ୍ପିଡ୍ ଗିୟରବକ୍ସ ସହିତ ଯୋଡାଯାଇଛି । ଯୁବପିଢିଙ୍କୁ ନଜରରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି । ୫ଟି ରଙ୍ଗର ବିକଳ୍ପ ସହିତ ଗ୍ରାହକ ଏହି ବାଇକ କ୍ରୟ କରିପାରିବେ । ବାଇକରେ ଏଲଇଡି ଲାଇଟ୍ସ, ୟୁଏସବି ଚାର୍ଜିଂ ପୋର୍ଟ ଏବଂ ସିଙ୍ଗଲ ପଡ୍, ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ମଧ୍ୟ ମିଳିଥାଏ । ବାଇକରେ ଡୁଆଲ ଚ୍ୟାନେଲ ଏବିଏସ୍ ଷ୍ଟାଣ୍ଡାର୍ଡ ରୂପେ ମିଳିବ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories