www.samajalive.in
Saturday, December 6, 2025
26.1 C
Bhubaneswar

ଜିଓ ଆଣିଲା ଜବରଦସ୍ତ ଶସ୍ତା ପ୍ଲାନ୍‌ ; ମିଳିବ ଏସବୁ ସୁବିଧା..

ମୁମ୍ବଇ : ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ ଜିଓ ଏକ ବଡ ଉପଲବ୍ଧି ହାସଲ କରିଛି । ଏବେ ଏହାର ଗ୍ରାହକଙ୍କ ସଂଖ୍ୟା ୪୯୦ ମିଲିୟନ ପର୍ଯ୍ୟନ୍ତ ପହଞ୍ଚି ସାରିଛି । ଜିଓ ନିଜର ଅନେକ ଶସ୍ତା ପ୍ଲାନ ପାଇଁ ବେଶ ଚର୍ଚ୍ଚାରେ ରହି ଆସିଛି । ନିକଟରେ ଜିଓର ୧୭୫ ପ୍ଲାନ୍‌ ସହ ଏକ ନୂଆ ଅଫର୍‌ ସାମ୍ନାକୁ ଆସିଛି । ଏଥିରେ ଗ୍ରାହକ କମ୍‌ ଦାମରେ ପ୍ରିମିୟମ ଓଟିଟି କଣ୍ଟେଣ୍ଟର ସହଜରେ ମଜା ନେଇ ପାରିବେ।

ଯଦି ଆପଣଙ୍କୁ ଅଧିକ କଲ୍‌ ଓ ମେସେଜ କରିବାର ଆବଶ୍ୟକତା ନାହିଁ, କେବଳ ଅଧିକ ଡାଟା ବ୍ୟବହାରର ଆବଶ୍ୟକତା ରହିଛି, ତେବେ ଜିଓର ୧୭୫ ପ୍ଲାନ୍‌ ଆପଣଙ୍କ ପାଇଁ ସବୁଠାରୁ ଉତ୍ତମ ବିକଳ୍ପ । କେବଳ ୧୭୫ ଟଙ୍କାରେ ଆପଣଙ୍କୁ ସ୍ପିଡ୍‌ ଇଣ୍ଟରନେଟ୍‌ ସହ ଅନେକ ଓଟିଟି ସୁବିଧା ମିଳିବ । ଅନଲାଇନରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ପ୍ଲାନ୍‌ ଅଧିକ ଲାଭଦାୟକ ।
ଜିଓର ୧୭୫ ପ୍ଲାନର ସବୁଠାରୁ ବିଶେଷତ୍ୱ ହେଉଛି ଏହାର ଓଟିଟି ସୁବିଧା । ଏହି ପ୍ଲାନ ସହ ଆପଣ ଜିଓ ଟିଭି ମୋବାଇଲ ଆପ୍‌ ଜରିଆରେ ୧୨ ପ୍ରିମିୟମ ଓଟିଟି ପ୍ଲାର୍ଟଫର୍ମର ଏକ୍ସେସ ମିଳି ପାରିବ । ବଜାରରେ ଏବେ ଏହା ସବୁଠାରୁ ଶସ୍ତା ପ୍ଲାନ୍‌ ବୋଲି କୁହାଯାଉଛି ।

ସେପ୍ଟେମ୍ବର ୪ରେ ବୁଧଙ୍କ ଚଳନ; ଜାଣନ୍ତୁ କିଏ ସୌଭାଗ୍ୟଶାଳୀ ରାଶି, ଏମାନଙ୍କ ଉପରେ ହେବ ଧନବର୍ଷା..

- Advertisement -

ଏହି ପ୍ଲାନରେ ୨୮ ଦିନ ପର୍ଯ୍ୟନ୍ତ ଜିଓ ସିନେମା ସବସ୍କ୍ରିବସନ୍‌, ଅନେକ ଫିଲ୍ମ, ଟିଭି ଶୋ’ ଆଦିର ମଜା ନେଇ ପାରିବେ।
ଏହାସହ ଓଟିଟି ଏକ୍ସେସ ଯେପରି, ସୋନି ଲାଇଭ, ଜି୫ ସହ ଅନ୍ୟାନ୍ୟ ଏକ୍ସେସ ମଧ୍ୟ ମିଳିବ ।
ଏହି ପ୍ଲାନର ସମୟ ସୀମା ୨୮ ଦିନ । ମୋଟ୍‌ ଡାଟା ୧୦ ଜିବି । ହାଇସ୍ପିଡ୍‌ ଡାଟା ୧୦ ଜିବି । ପ୍ୟାକେଜ ପରେ ମଧ୍ୟ ସ୍ପିଡ୍‌ ୬୪ କେବିପିଏସରେ ଅସୀମିତ।

ଏମିତି କରନ୍ତୁ ରିଚାର୍ଜ- ଏହି ପ୍ଲାନର ଲାଭ ଉଠାଇବା ପାଇଁ MyJio ଆପ୍‌ ଜରିଆରେ ସବସ୍କ୍ରାଇବ୍‌ କରନ୍ତୁ । ଜିଓ ସିନେମା ପ୍ରିମିୟମ୍‌ କୁପନ୍‌ ଆପଣଙ୍କ ଆକାଉଣ୍ଟରେ କ୍ରେଡିଡ ହୋଇଯିବ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories