www.samajalive.in
Tuesday, December 9, 2025
16.1 C
Bhubaneswar

ଖୋଲୁନି ଆଧାର ସଂଯୋଗ କେନ୍ଦ୍ର; ଫେରୁଛନ୍ତି ମହିଳା, ସୁଭଦ୍ରା ଯୋଜନାରୁ ହେବେ ବଞ୍ଚିତ !

ଦେଓଗାଁ: ବର୍ତ୍ତମାନ ରାଜ୍ୟରେ ଲାଗୁ ହୋଇଛି ସୁଭଦ୍ରା ଯୋଜନା। ଏଥିରେ ସାମିଲ ହେବା ପାଇଁ ଆଧାର କାର୍ଡରେ ମୋବାଇଲ ସଂଯୋଗକୁ ବାଧ୍ୟତାମୂଳକ କରିଛନ୍ତି ସରକାର। ଯେଉଁ ମହିଳାଙ୍କ ଆଧାର କାର୍ଡରେ ମୋବାଇଲ ନମ୍ବର ସଂଯୋଗ ହୋଇନାହିଁ ସେମାନେ ସଂଯୋଗ କରାଇବା ପାଇଁ ବ୍ଳକ କାର୍ଯ୍ୟାଳୟ ଭିତରେ ଥିବା ଆଧାର କେନ୍ଦ୍ରକୁ ଆସୁଛନ୍ତି। ହେଲେ ଏହି କାର୍ଯ୍ୟାଳୟରେ ତାଲା ଝୁଲୁ ଥିବାରୁ ଦୂର ଦୂରାନ୍ତରରୁ ଆସୁଥିବା ମହିଳାମାନେ ନିରାଶ ହୋଇ ଫେରୁଥିବା ବିଷୟରେ ଅଭିଯୋଗ କରୁଛନ୍ତି। ଦେଓଗାଁ ବ୍ଳକ ଶିରାବାହାଲ ଗାଁର ଅଞ୍ଜଳୀ ସା, ବବି ମେହେର, ମକୁନ୍ଦପୁର ପଞ୍ଚାୟତ ଭୀମଡୁଙ୍ଗୁରୀର ଗୀତାଞ୍ଜଳୀ ପୋଠ, ବନ୍ଧପଡ଼ା ପଞ୍ଚାୟତ ଛତାପିପଲ ଗାଁର ମୌଥିଲି ଗୁରାଣ୍ଡି, ଉଡାର ପଞ୍ଚାୟତ ଫଟାମୁଣ୍ଡା ଗାଁର ମନଦେଇ ମଲ୍ଲିକ ପରି ବ୍ଳକ କାର୍ଯ୍ୟାଳୟକୁ ଆସିଥିବା ବହୁତ ମହିଳା ଫେରିଯାଇଥିବା ଜଣାପଡ଼ିଛି।
ପ୍ରକାଶ ଥାଉକି ଦେଓଗାଁ ବ୍ଳକ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ରର ଏକ କୋଠରୀରେ ଆଧାର ପଞ୍ଜିକରଣ ପାଇଁ ଏକ ଅଫିସ ଖୋଲାଯାଇଛି। ଏହି ଠାରେ ଆଧାର ସଂଯୋଗୀକରଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳ ଜଣେ ଯୁବକ ନିଯୁକ୍ତି ପାଇ ଛନ୍ତି। କିନ୍ତୁ ଗତ କିଛିଦିନ ହେଲା କୌଣସି କାରଣ ପାଇଁ କାର୍ଯ୍ୟାଳୟଟି ଠିକ ଭାବରେ ଖୋଲୁ ନ ଥିବାରୁ ଲୋକମାନେ ହଇରାଣ ହରକତ ହେଉଛନ୍ତି। ଏପରିକି ସରକାରୀ ସ୍ଥାନରେ ଆଧାର ଅପଡେଟ କଲେ ୫୦ ଟଙ୍କା ପଡୁଥିବା ବେଳେ ଚନ୍ଦ୍ରପୁର ଡାକୁଆ ପଡ଼ା ଛକରେ ହେଉଥିବା ଆଧାର ଅପଡେଟ କାମରେ ୧୫୦ ଟଙ୍କା ନେଉଥିବା ଅଭିଯୋଗ ହେଉଛି।

ସେପ୍ଟେମ୍ବର ୪ରେ ବୁଧଙ୍କ ଚଳନ; ଜାଣନ୍ତୁ କିଏ ସୌଭାଗ୍ୟଶାଳୀ ରାଶି, ଏମାନଙ୍କ ଉପରେ ହେବ ଧନବର୍ଷା..

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories